Latest Odisha News

BREAKING NEWS

ଆଇଆରସିଟିସିରେ ବୁକିଂ ହୋଇ ପାରୁନାହିଁ ରେଳ ଟିକେଟ୍, ଯାତ୍ରୀ ଅସନ୍ତୁଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟରେ ବୈଷୟିକ ତ୍ରୁଟି ପାଇଁ ଟିକେଟ୍ ବୁକିଂ ହୋଇପାରୁନାହିଁ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇଆରସିଟିସିର ଆପ୍ ମଧ୍ୟ ଚାଲୁ ନାହିଁ। ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକିଂ ହୋଇ ପାରୁନାହିଁ।

ସେପଟେ ଏନେଇ ଯାତ୍ରୀ ଅଭିଯୋଗ କରିଛନ୍ତି। ଏହାର ଜବାବରେ ଆଇଆରସିଟିସି ବିଭାଗ ଟ୍ୱିଟ୍ କରି ସଫେଇ ରଖିଛି। ଟେକ୍ନିକାଲ ତ୍ରୁଟି କାରଣରୁ ସେବା ଉପଲବ୍ଧ ନାହିଁ ବୋଲି କହିଛି ଆଇଆରସିଟିସି। ଏହାର ପରିବର୍ତ୍ତେ ଆମାଜନ୍ ଓ ମେକ୍ ମାଇ ଟ୍ରିପ୍ ଜରିଆରେ ଟିକେଟ୍ ବୁକିଂ କରିବାକୁ କୁହାଯାଇଛି।

Leave A Reply

Your email address will not be published.