Latest Odisha News

BREAKING NEWS

ଅତ୍ୟଧିକ କେଶ ଝଡ଼ୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ଘଟଣା ହୋଇଯାଇଛି। ବିଭିନ୍ନ ଦାମୀ ବ୍ରାଣ୍ଡର ଶାମ୍ପୂ କିମ୍ବା କଣ୍ଡିସନର ବ୍ୟବହାର କଲାପରେ ବି ଆପଣଙ୍କ କେଶ ସମସ୍ୟା ଦୂର ହେଉନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। କିଛି ଘରୋଇ ଉପଚାର ଦ୍ଵାରା ଏଭଳି ସମସ୍ୟା ଦୂର ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହିପରି କିଛି ଘରୋଇ ଜିନିଷ ଯାହାକୁ ବ୍ୟବହାର କରି କେଶ ଝଡ଼ିବା ଦୂର କରିପାରିବେ।

ନଡ଼ିଆ ତେଲ

କେଶ ପାଇଁ ନଡ଼ିଆ ତେଲ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆକୁ କୋରି ଅଳ୍ପ ପାଣିରେ ମିଶାଇ ଦିଅନ୍ତୁ। ତା’ପରେ ତାକୁ ଛାଣି କେଶରେ ମାଲିସ କରନ୍ତୁ। ଏହାପରେ ରାତି ସାରା କେଶକୁ ସେମିତି ଛାଡ଼ିଦିଅନ୍ତୁ। ପରଦିନ ସକାଳେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ଵାରା କେଶ ଝଡ଼ିବା ବନ୍ଦ ହୋଇଯିବ।

ହିନା

ଭାରତରେ କେଶକୁ ରଙ୍ଗୀନ କରିବା ପାଇଁ ମୁଖ୍ୟତଃ ହିନାର ପ୍ରୟୋଗ କରାଯାଏ। ଏକ କପ ହିନା ପାଉଡ଼ର ସହ ଏକ କପ ଦହି ଭଲ ଭାବେ ମିଶାଇ ଦିଅନ୍ତୁ। କେଶରେ ଏହି ମିଶ୍ରଣକୁ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଶାମ୍ପୂରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରିବା ଦ୍ଵାରା କେଶ ଝଡ଼ିବା ବନ୍ଦ ହୋଇଯାଏ।

ମନ୍ଦାର ଫୁଲ

ମନ୍ଦାର ଫୁଲକୁ ବାଟି ସେଥିରେ ନଡ଼ିଆ ତେଲ ମିଶାଇ କେଶ ମୂଳରେ ଭଲ ଭାବେ ଲଗାଇ କିଛି ସମୟ ପାଇଁ ଛାଡ଼ିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକଲେ କେଶ ଝଡ଼ିବା ବନ୍ଦ ହୋଇଯିବ।

ଅଁଳା

କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଅଁଳା ସବୁଠାରୁ ଭଲ ଉପଚାର ଭାବେ ବ୍ୟବହୃତ ହୁଏ। ଗୋଟିଏ ଚାମଚ ଅଁଳା ପାଉଡର ସହ ଲେମ୍ବୁ ରସ ମିଶାଇ ତା’କୁ କେଶରେ ଲଗାଇ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ। ଏହାପରେ ନଖ ଉଷୁମ ପାଣିରେ କେଶ ଧୋଇଦିଅନ୍ତୁ। ଏହାଦ୍ଵାରା କେଶ ଝଡ଼ିବା ବନ୍ଦ ହୁଏ।

ଅଣ୍ଡା

ଅଣ୍ଡାରେ ପ୍ରୋଟିନ ଓ ମିନେରାଲ ସହ ଆୟୋଡିନ, ଫସଫରସ, ଜିଙ୍କ ଓ ଆଇରନ ଭରି ରହିଥାଏ। ଅଣ୍ଡାର ଧଳା ଅଂଶ ସହ ଏକ ଚାମଚ ଅଲିଭ ଅଏଲ ମିଶାଇ କେଶରେ ଲଗାନ୍ତୁ। ୧୫-୨୦ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଶାମ୍ପୂ ଲଗାଇ ଧୋଇଦିଅନ୍ତୁ। ଦେଖିବେ କେଶ ଝଡ଼ିବା ବନ୍ଦ ହୋଇଯିବ।

 

Leave A Reply

Your email address will not be published.