Latest Odisha News

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ: ଫାର୍ମରେ ଶହ ଶହ ମଲେଣି, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଫାର୍ମରେ ମଲେଣି ଶହ ଶହ କୁକୁଡ଼ା । ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ । ତିନି ଦିନ ହେଲାଣି କୁକୁଡ଼ା ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା । ପାଖାପାଖି ୬ ଶହରୁ ଅଧିକ କୁଡୁଡା ମଲେଣି । ତେବେ କୁକୁଡ଼ା ମଡ଼କର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଦେଖାଦେଇଛି । ତେବେ ଓଡ଼ିଶାରେ ଏଯାଏ ବାର୍ଡ ଫ୍ଲୁ ଠାବ ହୋଇ ନାହିଁ । କିନ୍ତୁ ସରକାରୀ ସ୍ତରରେ ତତ୍ପରାତ ଦେଖାଦେଇଛି । ଚିଲିକାରୁ ପକ୍ଷୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ପକ୍ଷୀଙ୍କ ସ୍ବାବ ଓ ରକ୍ତ ନମୁନା ସଂଗ୍ରହ ହେବ । ପରୀକ୍ଷା ପାଇଁ ପୁଣି ଥରେ ଭୋପାଳ ଓ ନଖରାକୁ ପଠାଯିବ ।

Leave A Reply

Your email address will not be published.