Latest Odisha News

BREAKING NEWS

ପରଦାକୁ ଫେରୁଛନ୍ତି ଜିନତ୍ ଅମାନ୍

ମୁମ୍ବାଇ: ଅଭିନେତ୍ରୀ ଜିନତ୍ ଅମାନ୍ । ଦିନ ଥିଲା ଏହି ଅଭିନେତ୍ରୀ ବଲିଉଡରେ ସାଜିଥିଲେ ବୋଲ୍ଡ କ୍ୱିନ୍ । ହେଲେ ବୟସ ବଢିବା ସହ ଅଭିନୟ ଜଗତରେ ସେ ଏତେଟା ସକ୍ରିୟ ନୁହଁନ୍ତି । କାଁ ଭାଁ ଚଳଚ୍ଚିତ୍ର ଜରିଆରେ ସେ ଆଜି ବି ନିଜ ପରିଚୟ ବଂଚାଇ ରଖିଛନ୍ତି । ଶୁଣିବାକୁ ମିଳିଛି ଏକ ଫିଲ୍ମ ପାଇଁ ସେ କୁଆଡେ ସାଇନ୍ କରିଛନ୍ତି ।

ମାରଗାଓଁ: ଦ କ୍ଲୋଜ୍‌ଡ ଫାଇଲ୍ ନାମକ ଏକ ଫିଲ୍ମ ଜରିଆରେ ସେ ପୁଣିଥରେ ଅଭିନୟ ଜଗତକୁ ଫେରୁଥିବା ଜଣାପଡିଛି । ମର୍ଡର ଓ ମିଷ୍ଟ୍ରୀ ଥିମ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ତାଙ୍କୁ ଜଣେ ଆଙ୍ଗ୍‌ଲୋ ଇଣ୍ଡିିଆନ୍ ଭୂମିକାରେ ଦେଖିବାକୁ ମିଳିବ ।

ଶେଷଥର ପାଇଁ ଜିନତ୍ ୨୦୧୯ରେ ଆଶୁତୋଷ ଗ୍ୱାରିକରଙ୍କ ଫିଲ୍ମ ପାନିପଥ୍‌ରେ ନଜର ଆସିଥିଲେ । ସକିନା ବେଗମ୍ ଭାବେ ଏହି ଫିଲ୍ମରେ ସେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ । ନିଜ ସମୟରେ ଜିନତ ଏକ ସେ ବଢକର ଏକ ଅଭିନେତ୍ରୀଙ୍କୁ ପଛରେ ପକାଇଦେଇଥିଲେ । ହରେ ରାମା ହରେ କ୍ରିଷ୍ଣା, ୟାଦୋଁ କି ବାରାତ୍ ଓ ରୋଟି କପଡା ଔର ମକାନ୍ ଭଳି ଫିଲ୍ମ ଜରିଆରେ ସେ ଦର୍ଶକଙ୍କ ନିକଟରେ ହାସଲ କରିଥିଲେ ସ୍ୱତନ୍ତ୍ର ପରିଚୟ ।

୨୦୧୭ରେ ୱେବ୍ ସିରିଜ୍ ଲଭ ଲାଇଫ ଆଣ୍ଡ ସ୍କ୍ରିଉରେ ନଜର ଆସିଥିଲେ । ନିଜ ଜୀବନରେ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଜିନତ କିନ୍ତୁ ସତ୍ୟମ ଶିବମ ସୁନ୍ଦରମ୍ ଓ କୁର୍ବାନୀ ଭଳି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ । ଆଜିର ଦିନରେ ଅନେକ ଅଭିନେତ୍ରୀ ଆମ ସାମ୍ନାକୁ ଆସିଛନ୍ତି । ହେଲେ ଜିନତ୍‌ଙ୍କ ଭଳି ଅଦାକାରା ଅନ୍ଦାଜ ଦେଖାଇବାରେ କେହି ବି ସଫଳ ହୋଇନାହାନ୍ତି ।

Leave A Reply

Your email address will not be published.