Latest Odisha News

BREAKING NEWS

ଇରଫାନ ପଠାନଙ୍କ ବିରୋଧରେ ଅବୈଧ ସମ୍ପର୍କ ରଖିବା ଅଭିଯୋଗ

ଅହମ୍ମଦାବାଦ: ଅହମ୍ମଦାବାଦ ପୋଲିସ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସୟେଦ ଇବ୍ରାହିମ ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ବିରୋଧରେ ତାଙ୍କ ବୋହୂ ସହ ଅବୈଧ ସମ୍ପର୍କ ରଖିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗକାରୀ ଦମ୍ପତି ଏକ ଭିଡିଓ ଜାରୀ କରି ଏ ନେଇ ନ୍ୟାୟ ମାଗିଛନ୍ତି । ଯଦି ନ୍ୟାୟ ନ ମିଳିବ ସେମାନେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ଇବ୍ରାହିମଙ୍କ ଭାଇର ପୁଅ ସୟେଦଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ଏବଂ ଇରଫାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ବନ୍ଧ ରହିଛି । ଉଭୟ ଅନେକ ସମୟରେ ଭିଡିଓ କଲ କରି କଥା ହେବା ସହ ଲୁଚି ଛପି ଭେଟୁଥିଲେ । ସମ୍ପୂର୍ଣ୍ଣ ପରିବାର ଏହି ଘଟଣା ଜାଣିବା ପରେ ବୋହୂକୁ ତାଗିଦ କରିଥିଲେ । ଏହା ପରେ ପରେ ବୋହୂ ଥାନାରେ ଯୌତୁକ ନିର୍ଯ୍ୟାତନା ଦିଆ ଯାଉଥିବା ନେଇ ଅଭିଯୋଗ କରିଥିଲା । ଇବ୍ରାହିମ ଉପରୋକ୍ତ ଭିଡିଓ ଜାରୀ କରିଥିଲେ । ପୋଲିସ ଏବଂ ଗଣମାଧ୍ୟମ ଇରଫାନଙ୍କ ସହ ଯୋଗାଯୋଗ କରିପାରି ନାହିଁ ।

Leave A Reply

Your email address will not be published.