Latest Odisha News

BREAKING NEWS

ସିଙ୍ଗଲ ଡୋଜ ବ୍ୟବହାର ଅନୁମତି ଦେଇ ଭ୍ୟାକ୍ସିନ ଦୌଡରେ ଆଗରେ ରହିଲା ରୁଷିଆ

ମସ୍କୋ: କରୋନା ମହାମାରୀ ମୁକାବିଲା ପାଇଁ ପ୍ରାୟ ସମସ୍ତ ଦେଶ ଭ୍ୟାକ୍ସିନ ଉପରେ ଜୋର ଦେବା ଆରମ୍ଭ କରିଛନ୍ତି । ଏହି ଦୌଡରେ ପୁନର୍ବାର ଆଗରେ ରହିଛି ରୁଷିଆ । ପ୍ରାପ୍ତ ଖବର ଅନୁସାରେ ରୁଷିଆ ଭ୍ୟାକ୍ସିନର ସିଙ୍ଗଲ ଡୋଜ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ରୁଷ ସ୍ୱାସ୍ଥ୍ୟାଧିକାରୀ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ସ୍ପୁଟନିକ ଲାଇଟକୁ ଏଥର ସିଙ୍ଗଲ ଡୋଜ ଭାବେ ବ୍ୟବହାର କରାଯାଇ ପାରିବ । ଏହାର ମୂଲ୍ୟ ଭାରତୀୟ ମୂଦ୍ରା ଅନୁସାରେ ୭୩୭ ଟଙ୍କା ରହିବ ।

କରୋନା ଭାଇରସର ସମସ୍ତ ଭ୍ୟାରିଏଂଟସ କ୍ଷେତ୍ରରେ ଏହାକୁ ଉପଯୋଗୀ ସାବ୍ୟସ୍ତ ହେବ । ସିଙ୍ଗଲ ଡୋଜ ବ୍ୟବହାର ହେଲେ ଦ୍ରୁତ ବେଗରେ କରୋନାକୁ କାବୁ କରାଯାଇ ପାରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଡବଲ ଡୋଜ ସ୍ପୁଟନିକ-ବି କୁ ୬୦ ଦେଶ ଏବେ ବ୍ୟବହାର କରୁଛନ୍ତି ।

Leave A Reply

Your email address will not be published.