Latest Odisha News

BREAKING NEWS

ଉଡିଲା ଆଇରନ୍‌ ମ୍ୟାନ୍‌ ବେଲୁନ୍‌‌

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଗାଁରେ ଅଚାନକ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏହାର କାରଣ ମଧ୍ୟ ଥିଲା ବେଶ୍‌ ଚକିତ କଲା ଭଳି। ସ୍ଥାନୀୟ ଗ୍ରାମବାସୀ ଯେତେବେଳେ ଲୁହା ଆକୃତିର ଏକ ଜିନିଷ ଆକାଶରେ ଉଡୁଥିବାର ଦେଖିଥିଲେ ସେମାନେ ତାଙ୍କ ଆଖିକୁ ବିଶ୍ୱା‌ସ କରିପାରି ନଥିଲେ।

ତେବେ ସମ୍ପୂର୍ଣ୍ଣ ଘଟଣାକ୍ରମ ହେଉଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଆଇରନ୍‌ ମ୍ୟାନ୍‌ ଭଳି ଦେଖାଯାଉଥିବା ଏକ ରୋବଟ୍ ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା, ଯାହା ପ୍ରକୃତରେ ଏକ ଗ୍ୟାସ୍ ବେଲୁନ୍ ଥିଲା। ଏହା ଦେଖିବାକୁ ଏକଦମ୍‌ ଆଇରନ୍‌ ମ୍ୟାନ୍‌ ଥିଲା।

ସ୍ଥାନୀୟ ବାସିନ୍ଦା ଆଇରନ୍ ମ୍ୟାନ୍ ଭଳି ଦିଶୁଥିବା ଏହି ଗ୍ୟାସ୍ ବେଲୁନ୍ ଉଡୁଥିବାର ଦେଖି ଏହାକୁ ଏକ ଏଲିୟନ୍‌ ‌ବୋଲି ଭାବିଥିଲେ। ପରେ ଏହି ବେଲୁନ୍‌ଟି ଏକ କେନାଲରେ ପଡିଥିଲା।

ପୋଲିସ ଅଧିକାରୀ ଅନିଲ କୁମାର ପାଣ୍ଡେଙ୍କ କହିବାନୁସାରେ, ପବନ ଭର୍ତ୍ତି ଏକ ବେଲୁନ୍ ଆକାଶରେ ଉଡ଼ୁଥିବା ବେଳେ ଏକ କେନାଲରେ ପଡ଼ିଯାଇ ବୁଦା ଭିତରେ ପଡ଼ିଯାଇଥିଲା। ଏହାର ଆକୃତି ମଧ୍ୟ ହଲିଉଡ୍‌ ଚଳଚ୍ଚିତ୍ର ଆଇରନ୍ ମ୍ୟାନ୍‌ ଭଳି ଥିଲା। ତେବେ ଅଚାନକ ଏଭଳି ଦୃଶ୍ୟ ଦେଖି ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ବ୍ୟାପିଯାଇଥିଲା ଏବଂ ସେମାନେ ଏହାକୁ  ଏକ ଏଲିୟନ୍‌ ବୋଲି ଭାବିଥିଲେ। ପରେ ସବୁକିଛି ସମାଧାନ ହୋଇଯାଇଥିଲା। ଏହା କାହା ପାଇଁ କ୍ଷତିକାରକ ନଥିଲା।

 

Comments are closed.