Latest Odisha News

BREAKING NEWS

ଫୁଟିଲା କାର ବୋମା; ୧୨ ମୃତ,ଶତାଧିକ ଆହତ

ହେରାଟ: ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରଦେଶରେ ଥିବା ଆଫଗାନିସ୍ତାନ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି ରବିବାର ଦିନ ଏକ କାର ବୋମା ଫୁଟିଛି ।

ଏଥିରେ ଅତି କମରେ ୧୨ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକରୁ ଅଧିକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ଏହି ଆକ୍ରମଣ ଘୋର ରାଜଧାନୀ ଫେରେଜ କୋହରେ ଘଟିଛି ଯେଉଁଠାରେ ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ହିଂସା ଦେଖାଯାଏ ନାହିଁ ।

ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ସକାଳ ପ୍ରାୟ ୧୧ଘଣ୍ଟ ସମୟରେ ଘୋର ପୋଲିସ ମୁଖ୍ୟାଳୟ ସମ୍ମୁଖରେ କାର ବୋମା ବିସ୍ଫୋରଣ ହୋଇଥିଲା।

ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ଭର୍ତ୍ତି କାରକୁ ବିସ୍ଫୋରଣ କରିଥିଲେ, ଯଦ୍ୱାରା ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଘୋର ସ୍ୱାସ୍ଥ୍ୟ ଅଧିକାରୀ ଜୁମା ଗୁଲ ୟାକୋବି ପୀଡିତାଙ୍କ ମଧ୍ୟରେ ସୁରକ୍ଷା ବାହିନୀର ସଦସ୍ୟଥିବା କଥା ମଧ୍ୟ ନିଶ୍ଚିତ କରିଛନ୍ତି ।

କୌଣସି ଆତଙ୍କବାଦୀ ଗୋଷ୍ଠୀ ଏଥିପାଇଁ ନିଜକୁ ଦାୟୀ କରିନାହାଁନ୍ତି, କିନ୍ତୁ ଗତ ସପ୍ତାହରେ ତାଲିବାନ ଏବଂ ସରକାର ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇଛି ।

ଘୋର ରାଜ୍ୟପାଳଙ୍କ ମୁଖପାତ୍ର ଆରେଫ ଅବୀର କହିଛନ୍ତି ଯେ ଏହି ବିସ୍ଫୋରଣ ଅତ୍ୟନ୍ତ ଶକ୍ତିଶାଳୀ ଥିଲା।

ସେଠାରେ ଆହତ ହୋଇଥିବା ସମସ୍ତ ଲୋକମାନଙ୍କୁ ଡାକ୍ତରଖାନା ନିଆଯାଉଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଏହି ବିସ୍ଫୋରଣରେ ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟ କରୁଥିବା ନିକଟସ୍ଥ ଅଟ୍ଟାଳିକା ନଷ୍ଟ ହୋଇଯାଇଛି।

ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଗତ ମାସରେ କତାରରେ ଆରମ୍ଭ ହୋଇଥିଲା, ତାସତ୍ତ୍ୱେ ହିଂସା ଜାରି ରହିଛି ।

Leave A Reply

Your email address will not be published.