Latest Odisha News

BREAKING NEWS

ଧରାପଡ଼ିଲା ବେଆଇନ କାରବାର, ମିଲରୁ ବାହାରୁଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ

ପାଟଣାଗଡ଼: ମିଲରୁ ଗଚ୍ଛିତ ହୋଇ ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଶ୍ୟାମଜି ରାଇସ ମିଲର ଧରାପଡ଼ିଲା ବେଆଇନ କାରବାର । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବେଆଇନ କାରବାର ସମ୍ପର୍କରେ ଜଣାପଡ଼ିଛି । ପାଖାପାଖି ୫ ହଜାର କ୍ୱିଣ୍ଟାଲ ଧାନ ଓ ୨ହଜାର କ୍ୱିଣ୍ଟାଲ ଚାଉଳ ମିଳିଛି । ମାଜିଷ୍ଟ୍ରେଟଙ୍କ ଦାୟିତ୍ୱରେ ଖପ୍ରାଖୋଲ ତହସିଲଦାର ଆସି ମିଲ ଭିତରୁ ଧାନ ଓ ଚାଉଳ ଠାବ କରିଥିଲେ । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୪ଜଣିଆ ଟିମ୍ ଯାଇ ଟିକନିକ ଯାଞ୍ଚ କରୁଛନ୍ତି ।

ମିଲର ଚାଉଳ ଷ୍ଟକ୍ ଶୂନ ରହିଥିବା ରିପୋର୍ଟ ଦେଇ ସାରିଥିବାବେଳେ ହଜାର ହଜାର କ୍ୱିଣ୍ଟାଲ ଚାଉଳ କେମିତି ଗଚ୍ଛିତ ରହିଛି ତାହା ଉପରେ ଏବେ ପ୍ରଶ୍ନ ଉଠୁଛି । ତେବେ ଜିଲ୍ଲାରେ ଧାନ କିଣା ଠିକ୍ଭାବରେ ଆରମ୍ଭ ହୋଇନାହିଁ । ହେଲେ ଶ୍ୟାମଜି ମିଲରେ ପ୍ରାୟ ୫ହଜାର କ୍ୱିଣ୍ଟାଲ ଧାନ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଯୋଗାଣ ବିଭାଗ ଅଧିକାରୀ ଓ ପାଟଣାଗଡ଼ ଉପଜିଲ୍ଲାପାଳ ମିଲର ଷ୍ଟକ ଏବଂ ଗୋଦାମକୁ ଟିକନିକ ଯାଞ୍ଚ କରିସାରିଥିଲେ । ହେଲେ କେମିତି ଏତେ ପରିମାଣର ଧାନ ଚାଉଳ ବାହାରିଲା ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ଯାଞ୍ଚ ପ୍ରକ୍ରିୟା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମିଲ ମାଲିକର ଏହି କଳା କାରବାରରେ ଯୋଗାଣ ବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ସେପଟେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ କହିଛନ୍ତି ଯେ, ମିଲରେ ସେମିତି କିଛି ଧାନ ଚାଉଳ ନାହିଁ ।

Leave A Reply

Your email address will not be published.