Latest Odisha News

BREAKING NEWS

[ଭିଡିଓ] ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ ୩ ଆହତ

ଭୁବନେଶ୍ୱର: ଆଜି ତାମିଲନାଡୁର ନିଲଗିରିସ୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ବାୟୁସେନାର Mi-17V5 ହେଲିକପ୍ଟର । ଏଥିରେ ସବାର ଥିଲେ ସେନା ମୁଖ୍ୟ ବିପିନ ରାୱତ, ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନା ସଂପର୍କିତ ବ୍ୟକ୍ତି । ଘନ କୁହୁଡି ଯୋଗୁଁ ନାଂଜାପ୍ପାଂଚାଥିରମ୍ ଅଂଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ଖୋଦ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଘଟଣାର ତଦାରଖ କରୁଛନ୍ତି । ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ସମୟରେ ହେଲିକପ୍ଟରରେ ସମୁଦାୟ ୧୪ ଜଣ ମହଜୁଦ ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିଲାବେଳେ ମୃତାହତଙ୍କ ସ୍ଥିତି ସ୍ପଷ୍ଟ ହୋଇପାରିନି । ତେବେ ସେନା ମୁଖ୍ୟ ବିପିନ ରାୱତ ଆହତ ଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଦୁର୍ଘଟଣା ପରେ ଉଭୟ ଭାରତୀୟ ସେନା ଓ ବାୟୁସେନା ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ମନ୍ତ୍ରୀ ନିତୀନ ଗଡକରୀ ଏହି ଘଟଣାକୁ ନେଇ ଏକ ଟୁଇଟ୍ ଜରିଆରେ ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.