Latest Odisha News

ଇରଫାନ: କ୍ରିକେଟର ହୋଇପାରିଲେନି, କଳାକାର ଭାବେ ମନ କିଣିନେଲେ

ମୁମ୍ବାଇ: ବଲିଉଡ ଶ୍ରେଷ୍ଠ କଳାକାର ମଧ୍ୟରେ ପରିଗଣିତ ଇରଫାନ ଖାଁଙ୍କ ପରଲୋକ ହୋଇଯାଇଛି । କଠିନ ପରିଶ୍ରମ କରି ସେ ନିଜକୁ ପ୍ରତିଷ୍ଠିତ କଳାକାର ଭାବେ ଉପସ୍ଥାପିତ କରିପାରିଥିଲେ । ସେ ଜଣେ ଭଲ କ୍ରିକେଟ ଖେଳାଳି ଥିଲେ । ସିକେ ନାୟୁଡୁ ଟ୍ରଫି ୨୩ ବର୍ଷରୁ କମ୍ ପ୍ରଥମ ଶ୍ରେଣୀ କ୍ରିକେଟରେ ଖେଳିଥିଲେ । ଅର୍ଥ ଅଭାବରୁ ସେ ଆଗକୁ ବଢ଼ିପାରି ନ ଥିଲେ । ପରେ ଅଭିନୟରେ କଳାକାର ଭାବେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ କିଣି ନେଇଥିଲେ । କ୍ୟାନସର ଆକ୍ରାନ୍ତ ପରେ କିଡନୀ ସଂକ୍ରମଣ ଯୋଗୁ ୫୩ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।

୧. ୭ ଜାନୁୟାରୀ ୧୯୬୬ରେ ରାଜସ୍ଥାନର ଜୟପୁରରେ ସେ ଜନ୍ମଗ୍ରହଣ କରିଥିଲେ ।
୨.ତାଙ୍କ ବାପାଙ୍କ ନା ଜାଗିରଦାର ଖାଁ ଓ ମାଆଙ୍କ ନାମ ବେଗମ ଖାତୁନ ।
୩. ୧୯୮୪ରେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ ।
୪. କଳାକାର ସ୍ୱପ୍ନ ନେଇ ମୁମ୍ବାଇରେ ପହଂଚିବା ପରେ ଏସି ମେକାନିକ୍ ହୋଇଥିଲେ । ସୁପରଷ୍ଟାର ରାଜେଶ ଖା୍‌‌ନ୍ନାଙ୍କ ଘରେ ଏସି ଠିକ୍ କରିଥିଲେ ।
୫. ୧୯୯୫ରେ ହିନ୍ଦୁ ବ୍ରାହ୍ମର ଝିଅ ସୁତାପା ସିକଦରଙ୍କୁ ବିବାହ କରିଥିଲେ । ସୁତାପା ଜଣେ ଭଲ ସଂଳାପ ଲେଖକ ।

Leave A Reply

Your email address will not be published.