ମୁମ୍ବାଇ: ଅଭିନେତାଙ୍କୁ ବାଦ୍ ଦେଲେ ଫିଲ୍ମର କାହାଣୀ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିବା କାଠିକର ପାଠ । ତେବେ ୨୦୧୨ରେ ନିର୍ଦ୍ଦେଶକ ସୁଜୋୟ ଘୋଷ ଫିଲ୍ମ କାହାନୀ ଜରିଆରେ ଦର୍ଶକଙ୍କୁ ସିନେମା ହଲ ସିଟ୍ରେ ବସାଇ ରଖିବାକୁ ସକ୍ଷମ ହୋଇଥିଲେ । ଏହି ଫିଲ୍ମର ସିକ୍ୱେଲ୍ ପାର୍ଟ କିନ୍ତୁ ଏତେଟା ସଫଳ ହୋଇନଥିଲା । ହେଲେ ଏହି ଫିଲ୍ମ ସହ ସ୍ୱର୍ଗତଃ ଇର୍ଫାନଙ୍କ ସଂପର୍କକୁ ନେଇ ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ ।
ପ୍ରଥମେ ଇର୍ଫାନଙ୍କୁ ଅଫର ହୋଇଥିଲା ଫିଲ୍ମ କାହାନୀ-୨ । ବୋଧ ହୁଏ ଏହି ସତ୍ୟତା କେହି ଜାଣିନଥିବେ । ୨୦୧୬ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ପ୍ରଥମ ଟାଇଟଲ ରହିଥିଲା କେବଳ ଦୁର୍ଗା ରାନୀ ସିଂ । ହେଲେ ଅନେକ କଳ୍ପନାଜଳ୍ପନା ପରେ ଶେଷରେ ଟାଇଟଲ ବଦଳି କାହାନୀ-୨ ଦୁର୍ଗା ରାନୀ ସିଂ ରହିଥିଲା ।
ଫିଲ୍ମର ମେଲ୍ ଲିଡ୍ ରୋଲ ପାଇଁ ପ୍ରଥମେ ଇର୍ଫାନଙ୍କୁ ପ୍ରସ୍ତାବ ମିଳିଥିଲା । ସେହିଭଳି ବିଦ୍ୟା ବାଲାନଙ୍କୁ ଫିମେଲ୍ ଲିଡ୍ ରୋଲ୍ ଅଫର୍ ହୋଇଥିଲା । ହେଲେ କୌଣସି କାରଣ ପାଇଁ ବିଦ୍ୟା ଫିଲ୍ମକୁ ଛାଡିବା ପରେ କଙ୍ଗନାଙ୍କୁ ଓ ଦୀପିକା ପାଦୁକୋନଙ୍କୁ ମଧ୍ୟ ଏହି ଅଫର ମିଳିଥିଲା । ତେବେ ଶେଷରେ ବେଶ ନାଟକୀୟ ଢଙ୍ଗରେ ପୁଣି ଏହି ଫିଲ୍ମ ପାଇଁ ବିଦ୍ୟା ସାଇନ୍ କରିଥିଲେ ।
ଅନ୍ୟପଟେ ଇର୍ଫାନ୍ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ଏହି ଫିଲ୍ମରେ ଅଭିନୟ କରିବା ନେଇ ମନା କରିଥିଲେ । ଯାହାପରେ ଇର୍ଫାନଙ୍କୁ ରିପ୍ଲେସ୍ କରିଥିଲେ ଅର୍ଜୁନ ରାମପାଲ୍ । ତାଙ୍କ ସହ ଅଭିନୟ କରିବାକୁ ସୁଯୋଗ ପାଇନଥିବାରୁ ବିଦ୍ୟା ଆଜି ବି ନିଜକୁ ଅଭାଗା ମନେ କରନ୍ତି । ଦୀର୍ଘ ଦୁଇବର୍ଷ ଧରି କ୍ୟାନ୍ସରରେ ଜୁଝିବା ପରେ ଶେଷରେ ଚଳିତବର୍ଷ ଏପ୍ରିଲ୍ ୩୦ରେ ଇର୍ଫନାଙ୍କର ନିଧନ ହୋଇଥିଲା । ତାଙ୍କ ନିଧନରେ କେବଳ ବଲିଉଡ ନୁହେଁ ବରଂ ସାରା ବିଶ୍ୱ ଏକ ବିରଳ ପ୍ରତିଭାକୁ ହରାଇ ଗଭୀର ଶୋକ ପ୍ରକାଶ କରିଥିଲା ।
Comments are closed.