Latest Odisha News

BREAKING NEWS

ଆଇଆରଏସ୍‌ ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ସରକାରୀ କ୍ୱାର୍ଟର୍ସରେ ଯୁବତୀଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଆଇଆରଏସ୍‌ ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ IRS ଅଫିସର ସରକାରୀ କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଥିବା ଅଭିଯୋଗ ଆସିଛି।

ସୂଚନା ଅନୁସାରେ ଆଇଆରଏସ୍‌ ଅଫିସ୍‌ର ଜଣଙ୍କ ପରିବାର ସହିତ ସତସଙ୍ଗ ବିହାରରେ ରହୁଥିଲେ। ତେବେ ଗତ କିଛି ଦିନ ତଳେ ତାଙ୍କ ଭଉଣୀ ଏବଂ ଜଣେ ଯୁବତୀ ଘରକୁ ଆସିଥିଲେ। ତେବେ ସ୍ତ୍ରୀ ଏବଂ ଭଉଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେ ବେଡରୁମକୁ ଡାକି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି କାହାକୁ କହିଲେ କିମ୍ବା ଥାନାରେ ଏତଲା ଦେଲେ କରିଥିବା ଅଶ୍ଲିଳ ଭିଡିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିଲେ।

ତେବେ କିଛିଦିନ ପରେ ଯୁବତୀଜଣକ ସହିଦ ନଗର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ସହୀଦନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ଡାକ୍ତରୀ ମାଇନା ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ରାଜଧାନୀରେ ହଚଳ ପଡିଛି। ଆଇଆରଏସଙ୍କ ବିରୋଧରେ ଦୁଷ୍କର୍ମ ଦଫା ଲଗାଇ ଛାନଭିନ୍ ଆରମ୍ଭ କରିଛି ପୋଲିସ।

Leave A Reply

Your email address will not be published.