Latest Odisha News

BREAKING NEWS

ଦେଶରେ ପୁଣି ହେବ କି ଲକ୍‌ଡାଉନ୍‌? ଜାଣନ୍ତୁ କ’ଣ କହିଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଦେଶବ୍ୟାପୀ ଲକ୍‌ଡାଉନ୍‌ ଏକମାତ୍ର ବିକଳ୍ପ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି।

ଗୃହ ମନ୍ତ୍ରୀ କହିଛନ୍ତି “ପ୍ରାରମ୍ଭରେ ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ଅଲଗା ଥିଲା। ସେତେବେଳେ ଉପଯୁକ୍ତ ଚିକିତ୍ସା ସୁବିଧା ନଥିଲା। ଆମ ପାଖରେ କୌଣସି ଔଷଧ କିମ୍ବା ଟିକା ନଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଅଲଗା ବୋଲି କହିଛନ୍ତି ଅମିତ ଶାହା।

ଶାହା ଆହୁରି କହିଛନ୍ତି ଯେ ଲକ୍ଡାଉନ୍ ଉପରେ ସରକାରଙ୍କ ନିଷ୍ପତ୍ତି ରାଜ୍ୟଗୁଡ଼ିକର ସହମତି ଆଧାରରେ ହେବ। “ଆମେ ମୁଖ୍ୟମନ୍ତ୍ରୀ ଏବଂ ଅନେକ ହିତାଧିକାରୀଙ୍କ ସହ ଆଲୋଚନା କରୁଛୁ। ସହମତି ଯାହା ହେଉନା କାହିଁକି, ଆମେ ସେହି ଅନୁଯାୟୀ ଆଗକୁ ବଢିବୁ।

ଶାହା କହିଛନ୍ତି ଯେ ବର୍ତ୍ତମାନ ସମୟରେ କ‌ରୋନାର ତୀବ୍ର ବୃଦ୍ଧିକୁ ଦେଖି ସମସ୍ତେ ଚିନ୍ତିତ ଅଛନ୍ତି। ମୁଁ ବି ଚିନ୍ତିତ ଅଛି। “ଏହାର ମୁକାବିଲା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ଆମ ବୈଜ୍ଞାନିକମାନେ ଭୂତାଣୁ ବିରୋଧରେ ଲଢେଇ ଆରମ୍ଭ କରିଦେଇଛନ୍ତି। ମୋର ଆଶା ଆମେ ନିଶ୍ଚୟ ଜିତିବା।

Leave A Reply

Your email address will not be published.