Latest Odisha News

BREAKING NEWS

ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତି, ୬୦୦୦ ରନ ପାଇଁ କୋହଲିଙ୍କୁ ଆବଶ୍ୟକ ୫୬ରନ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଡବଲ ହେଡର ମୁକାବିଲା ରହିଛି । ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସକୁ କୋଲକାତା ନାଇଟ ରାଇଡର୍ସ ଭେଟିବ । ଟସ୍ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଡାନିୟଲ କ୍ରିଷ୍ଟିଆନଙ୍କ ବଦଳରେ ରଜତ ପାଟୀଦାରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି ।

କୋଲକାତା ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନାହିଁ । ବାଙ୍ଗାଲୋର ୨ଟି ମ୍ୟାଚରେ ବିଜୟ ହାସଲ କରି ଭଲ ଫର୍ମରେ ଥିବା ବେଳେ କୋଲକାତା ୨ଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରିପାରିଛି । ବିରାଟ କୋହଲି ଆଉ ୫୬ ରନ ସଂଗ୍ରହ କରିପାରିଲେ ଆଇପିଏଲରେ ପ୍ରଥମ ଖେଳାଳି ଭାବେ ୬୦୦୦ ରନ ସଂଗ୍ରହ କରିବେ ।

Leave A Reply

Your email address will not be published.