Latest Odisha News

BREAKING NEWS

ଓଡ଼ିଶାରେ ବନ୍ୟା ପାଇଁ ଛତିଶଗଡ ଦାୟୀ କି? ଜବାବ ରଖିଲେ ଏସଆରସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାନଦୀରେ ଉପରମୁଣ୍ଡରେ ଲଗାଣ ବର୍ଷା ପରେ ରାଜ୍ୟରେ ମହାନଦୀ ଏବଂ ଏହାକୁ ସଂଲଗ୍ନ ହୋଇଥିବା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଛତିଶଗଡ ଉପରମୁଣ୍ଡରେ ରହିଛି । ତେଣୁ ତଳିଆ ଅଞ୍ଚଳକୁ ପାଣି ଆସୁଥିବାରୁ ବନ୍ୟା ପରିସ୍ଥିତି ଉପୁଜୁଛି ବୋଲି କୁହାଯାଉଛି। ଏପରି ସ୍ଥିତିରେ ଛତିଶଗଡ ଉପରେ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ କଥା।

ଆଜି ସମ୍ଭାବିତ ବନ୍ୟା ମୁକାବିଲାର ସମୀକ୍ଷା କରିବା ପରେ ଏସଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି, ବର୍ଷା ହେବା ସ୍ୱାଭାବିକ କଥା। ବ୍ୟରେଜର ଧର୍ମ ହେଉଛି ବର୍ଷା ଦିନ ଆସିଲେ ବ୍ୟରେଜ ଖୋଲାଯିବ। ବ୍ୟାରେଜକୁ ବନ୍ଦ ରଖାଯାଇ ପାରିବନାହିଁ । ଛତିଶଗଡ ଯେଉଁ କଲମା ବ୍ୟରେଜ କରିଛି ତାକୁ ବନ୍ଦ ରଖିପାରିବେନି । ନହେଲେ ଭାଙ୍ଗିଯିବ। ତେଣୁ ସେମାନେ ଖୋଲି ଦେଉଛନ୍ତି। ଏପରି ସ୍ଥିତିରେ ତାଙ୍କୁ ଦାୟୀ କରିବା ଠିକ୍ ହେବ ନାହିଁ। ସେମାନେ ଚାହିଁଲେ ମଧ୍ୟ ଉପରମୁଣ୍ଡର ବର୍ଷା ପାଣିକୁ ରୋକିପାରିବେନି।

ଆସନ୍ତାକାଲି ମହାନଦୀରେ ପାଖାପାଖି ୭୬ ମିଲିରୁ ଅଧିକ ବର୍ଷା ହେବ। ଆଜି ୬୦ ରୁ ୭୦ ମିଲିଲିଟର ବର୍ଷା ହୋଇଛି । ତେଣୁ ସେମାନେ ଚାହିଁଲେବି ବର୍ଷା ପାଣି ରୋକି ପାରିବେନି। ତେଣୁ ଆମେ ହୀରାକୁଦ ଡ୍ୟାମକୁ କିଭଳି ଠିକ୍ ଭାବେ ପରିଚାଳନା କରିବା ତାହା ଗୁରୁତ୍ୱପୂର୍ଣ୍ଣ।

ଛତିଶଗଡ଼ ସରକାରଙ୍କ ତରଫରୁ ଆହୁରି ଅଧିକ ଗେଟ ଖୋଲିବା ପାଇଁ ଅନୁରୋଧ କରାଯାଉଛି। ଆମେ କିନ୍ତୁ ତାଙ୍କ ଅନୁସାରେ ହୀରାକୁଦ ଗେଟ ଖୋଲିପାରିବୁନି। ସ୍ଥିତି ଦେଖି ଆମେ ପଦକ୍ଷେପ ନେବୁ ବୋଲି ଏସଆରସି କହିଛନ୍ତି। ଏବେ ୩୪ଟି ଗେଟ ଖୋଲାଯାଇଛି। ଇଞ୍ଜିନିୟର ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିବା ପରେ ପଦକ୍ଷେପ ନିଆଯିବ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଛତିଶଗଡର କଲମା ବ୍ୟାରେଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଚାଲିଛି। ମହନଦୀର ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ ପାଇଁ ଓଡିଶା ପ୍ରଭାବିତ ହେଉଛି।

Leave A Reply

Your email address will not be published.