Latest Odisha News

BREAKING NEWS

ଆଫଗାନିସ୍ତାନ କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଆଇଏସ-କେ

ଆଫଗାନିସ୍ତାନ : ଆଫଗାନିସ୍ତାନର କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସ-କେ । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ଼ ବିସ୍ଫୋରଣ । ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା ମୁସଲମାନ ସମ୍ପ୍ରଦାୟ ଦ୍ବାରା ପରିଚାଳିତ ହେଉଥିଲା । ବିସ୍ଫୋରଣରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ, ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ ।

ବର୍ତ୍ତମାନ ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିହାମାନଙ୍କୁ ସୁନ୍ନୀ ସମ୍ପ୍ରଦାୟ ଟାର୍ଗେଟ କରୁଛନ୍ତି । ଏହି ମସଜିଦରେ ଧର୍ମାବଲମ୍ବୀମାନେ ପ୍ରାର୍ଥନା କରୁଥିବା ସମୟରେ ସେଠାରେ ବିସ୍ଫୋରଣ ଘଟିଥିଲା । ପ୍ରାର୍ଥନା ପୂର୍ବରୁ ବିସ୍ଫୋରଣ ଘଟାଇବା ଲାଗି ସମସ୍ତ ଯୋଜନା କରିଥିଲେ ଆତଙ୍କବାଦୀ । ବିସ୍ଫୋରଣରେ ମସଜିଦ୍‌ ବ୍ୟାପକ କ୍ଷୟକ୍ଷତି ହୋଇଛି । କିଛି ଦିନ ତଳେ ଏକ ଆତଙ୍କୀ ସଙ୍ଗଠନର କିଛି ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ, ଏହାର ବଦଲା ନେବାକୁ ଯାଇ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଆଫଗାନିସ୍ତାନରୁ ଆମେରିକାର ବିଦାୟ ପରେ ଆଇଏସ-କେ ସକ୍ରିୟ ହୋଇଛି ।

Leave A Reply

Your email address will not be published.