Latest Odisha News

BREAKING NEWS

ନନ୍ଦନକାନନକୁ ଆସିଲେ ୮ ରାଜସ୍ଥାନୀ ଜନ୍ତୁ

ଭୁବନେଶ୍ବର : ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଜନ୍ତୁ । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଛନ୍ତି ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ କୁମ୍ଭୀର, ଦୁଇଟି କଲରା ପତରିଆ ବାଘ ଏବଂ ୨ଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତକାଲି ବିଳମ୍ବିତ ରାତିରେ ନନ୍ଦନକାନନରେ ପହଞ୍ଚିଛନ୍ତି । ରାସ୍ଥାନରୁ ଏହି ୮ ଜଣ ଜୀବଜନ୍ତୁଙ୍କୁ ଅଣାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଏଠାରୁ ଦୁଇଟି ମହାବଳ ବାଘ ସମେତ ୪୮ଟି ଜୀବଜନ୍ତୁ ରାଜସ୍ଥାନର ନହରଘର ବାୟୋଲୋଜିକାଲା ପାର୍କ ପଠାଯାଇଥିଲା । ଜନ୍ତୁ ଅଦଳ ବଦଳ ପ୍ରକିୟା ସମୟ ଅବଧି ୬ ମାସ ଭିତରେ ଥିବା ବେଳେ କିଛି ସମସ୍ୟା ଯୋଗୁ ଏହା ବିଳମ୍ବ ହୋଇଥିଲା । ସେପଟେ ନନ୍ଦନକାନନରେ ଗୋଟିଏ ଓଟପକ୍ଷୀର ମୃତ୍ୟୁ ହୋଇଛି । ଫଳରେ ଏଠାରେ ଓଟ ପକ୍ଷୀ ସଂଖ୍ୟା ୨କୁ ହ୍ରାସ ପାଇଛି ।

Leave A Reply

Your email address will not be published.