Latest Odisha News

ମଧୁମେହ ରୋଗୀ ପଇଡ଼ ପାଣି ପିଇଲେ କ’ଣ ହେବ ?

ଭୁବନେଶ୍ବର:ପଇଡ଼ ପାଣି କେବଳ ସ୍ବାଦିଷ୍ଟ ନୁହେଁ ବରଂ ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଶରୀରକୁ ଏହା ଡିହାଇଡ୍ରେସନରୁ ରୋକିଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟ୍ ଭରପୂର ରହିଛି । ସେହିପରି ପୋଟାସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଭିଟାମିନ୍ ସି, ଭିଟାମିନ୍ ବି, ଆଇରନ୍, ମାଙ୍ଗାନିଜ୍, ଜିଙ୍କ, ଆମିନୋ ଏସିଡ୍ ଏବଂ ସାଇଟୋକିନିନ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ ।

ଜାଣିଛନ୍ତି କି ଏହି ପଇଡ଼ ପାଣିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ । ଯାହା କିଡନୀ ସୁସ୍ଥ ରଖେ । ଶରୀରରେ ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ ରଖେ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହରେ ପୀଡିତ ଲୋକମାନେ ପଇଡ଼ ପାଣି ପିଇପାରିବେ ।

ଏହି ପଇଡ଼ ପାଣିରେ କର୍କଟ ରୋଗ ପ୍ରତିରୋଧକ ଶକ୍ତି ରହିଛି । ସ୍ତନ କର୍କଟ କୋଷ ଗୁଡ଼ିକର ବୃଦ୍ଧିକୁ ବିଳମ୍ବ କରିଥାଏ ।

ଆହୁରି ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଲୋକମାନେ ପ୍ରତିଦିନ ପଇଡ଼ ପାଣି ପିଇବା ଉଚିତ୍ । ଏହା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ ଏବଂ ଭଲ କୋଲେଷ୍ଟ୍ରଲକୁ ବୃଦ୍ଧି କରିଥାଏ । ଏଥିସହ ଚର୍ବି ହ୍ରାସ ହେତୁ ରକ୍ତଚାପ ଧିରେ ଧିରେ ସ୍ବାଭାବିକ ହୋଇଯାଏ ।

ପଇଡ଼ରେ ପ୍ରାକୃତିକ ଥଣ୍ଡା ଗୁଣ ରହିଛି । ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିସହ ଏଥିରେ କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ ସି ପରି ପୋଷକ ତତ୍ତ୍ବ ଭରପୁର ଅଟେ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ପଇଡ଼ ପାଣିରେ କମ୍ କ୍ୟାଲୋରୀ ଥାଏ । ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

Comments are closed.