Latest Odisha News

ଆଙ୍ଗୁଳିର କାଳି ଚିହ୍ନ ଦେଖାଇଲେ ଏସ ଜୟଶଙ୍କର, କହିଲେ ଦେଖ ପ୍ରମାଣ

ନୂଆଦିଲ୍ଲୀ: ଆପଣଙ୍କୁ ଗଣତନ୍ତ୍ର ବିପଦରେ ଥିବା ଦେଖାଯାଉଛି ? ମୋ ଅଙ୍ଗୁଳି ହେଉଛି ତାହାର ପ୍ରମାଣ, ଦେଖି ନିଅନ୍ତୁ…ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଜୋର୍‌ଦାର ବର୍ଷି ଏଭଳି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଜର୍ମାନୀରେ ଆୟୋଜିତ ମ୍ୟୁନିକ୍‌ ସିକ୍ଯୁରିଟି କନ୍‌ଫରେନ୍ସରେ ଜୟଶଙ୍କରଙ୍କୁ ପଚରା ଯାଇଥିଲା ଯେ, ବୈଶ୍ବିକ ସ୍ତରରେ କ’ଣ ଗଣତନ୍ତ୍ର ବିପଦରେ ଅଛି ? ତେବେ ସାହି ଲାଗିଥିବା ହାତର ଅଙ୍ଗୁଳି ଦେଖାଇଥିଲେ ଜୟଶଙ୍କର । ଆଉ କହିଥିଲେ ଯେ, ଆମ ପାଇଁ ଗଣତନ୍ତ୍ର କେବଳ ଏକ ସିଦ୍ଧାନ୍ତ ନୁହେଁ, ବରଂ ଏକ ଡେଲିଭରୀ କରାଯାଇଥିବା ପ୍ରତିଶ୍ରୁତି ।ଏହାପରେ ପାଶ୍ଚାତ୍ୟ ଦେଶକୁ ଆଇନା ଦେଖାଇଥିଲେ ଜୟଶଙ୍କର ।

ବାଂଲାଦେଶର ନାଁ ନେଇ ନଥିଲେ, କିନ୍ତୁ ଆମେରିକାର ଚାଲ୍‌ବାଜିକୁ ନେଇ କରିଥିଲେ କଟାକ୍ଷ । ସେ କହିଥିଲେ ଯେ, ପାଶ୍ଚାତ୍ୟ ଦେଶ ଗ୍ଲୋବାଲ ସାଉଥ୍‌ରେ ଅଗାଣତାନ୍ତ୍ରିକ ଶକ୍ତିଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି…ଏହାସହ ପାଶ୍ଚାତ୍ୟ ଦେଶଗୁଡ଼ିକ ବଳକା ଦୁନିଆରେ ନିଜ ଗଣତନ୍ତ୍ରର ମଡେଲ୍‌ ଲାଗୁ କରିବାର ପ୍ରୟାସ କରୁଛନ୍ତି…ସେମାନଙ୍କୁ ମଧ୍ୟ ପଶ୍ଚିମ ବାହାରେ ଥିବା ମଡେଲ ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି କହିଛନ୍ତି ଜୟଶଙ୍କର ।

ସୂଚନା ଥାଉକି, ମ୍ୟୁନିକରେ ହୋଇଥିବା ସୁରକ୍ଷା ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରେଇ ସିବିହାଙ୍କୁ ଭେଟି ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ। ଜୟଶଙ୍କର ଜର୍ମାନ ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ ପିସ୍ତୋରିୟସଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ନେତାଙ୍କୁ ଭେଟିଥିଲେ।

Comments are closed.