Latest Odisha News

BREAKING NEWS

ଡେଟିଂ କରୁଛନ୍ତି କି ମସ୍କ ଓ ମେଲୋନି?

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଏଲୋନ୍ ମସ୍କ ଅନ୍ୟତମ। କେତେବେଳେ ନିଜ ଲାଇଫଷ୍ଟାଇଲକୁ ନେଇ ତ ଆଉ କେତେବେଳେ ନିଜ ବିବାଦୀୟ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି।

ଏବେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି। ଦୁହେଁ ଏକ ଇଭେଣ୍ଟରେ ଏକାଠି ବସିଥିବାର ନଜର ଆସିଥିଲେ। ଯାହା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ମସ୍କ ଏବଂ ମେଲୋନି ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି।

ତେବେ ଟେସଲା ସିଇଓ ଏଲୋନ୍ ମସ୍କ ନିଜେ ଏହି ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଦୁହେଁ ଡେଟିଂ କରୁନଥିବା ସ୍ପଷ୍ଟ କରିଛନ୍ତି ମସ୍କ।

ସେପ୍ଟେମ୍ବର ୨୪ରେ ଜର୍ଜିଆ ମେଲୋନି ନ୍ୟୁୟର୍କରେ ଏକ ଆୱାର୍ଡ ସମାରୋହ ସମୟରେ ଏଲୋନ୍ ମସ୍କଙ୍କୁ ଭେଟିଥିଲେ। ଉଭୟ ପରସ୍ପରକୁ ବହୁତ ପ୍ରଶଂସା ମଧ୍ଯ କରିଥିଲେ। ଯାହାପରଠାରୁ ଦୁହିଁଙ୍କ ମଧ୍ୟରେ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।

 

Comments are closed.