ନୂଆଦିଲ୍ଲୀ: ଏବେ ବିବାଦରେ ଘେରିହୋଇଛନ୍ତି, ଆମେରିକାର କୋଟିପତି ତଥା ବହୁ ବ୍ୟବହୃତ ସୋସିଆଲ ମିଡିଆ ଆପ୍ ଏକ୍ସର ସିଇଓ ଏଲନ୍ ମସ୍କ । ଆମେରିକା ଠାରୁ ଆରମ୍ଭ କରି ୟୁରୋପ ସବୁଠି ତାଙ୍କ ବିରୋଧର ସ୍ବର ଶୁଣିବାକୁ ମିଳିଛି । ତାଙ୍କ ବୈଦ୍ୟୁତିକ ଯାନବାହନ କମ୍ପାନୀ, ଟେସଲା ବିରୁଦ୍ଧରେ ବଢ଼ୁଥିବା ପ୍ରତିକ୍ରିୟା ମଧ୍ୟରେ, ଏବେ ଏଲୋନ ମସ୍କ ଏଇ ବର୍ଷ ମେ’ ଶେଷ ସୁଦ୍ଧା ଆମେରିକା ସରକାରଙ୍କ ସରକାରୀ ଦକ୍ଷତା ବିଭାଗ, ଡଜରୁ ଇସ୍ତଫା ଦେବା ନେଇ ଇଙ୍ଗିତ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା, କ’ଣ ଏବେ ଡଜ୍ ଛାଡିବେ ମସ୍କ ?
ତେବେ ଆମେରିକାରେ ଟ୍ରମ୍ପ ଶାସନ ଆରମ୍ଭ ହେବାଠାରୁ, ସରକାରୀ ସ୍ତରରେ ଚାଲିଥିବା ବିଭିନ୍ନ ଦୁର୍ନୀତି, ଅଯୋଥା ଖର୍ଚ୍ଚ, ଠକେଇ ଏ ସବୁକୁ ନିୟନ୍ତ୍ରିତ କରିବା ପାଇଁ, ଆରମ୍ଭ ହୋଇଥିଲା ସରକାରୀ ଦକ୍ଷତା ବିଭାଗ ଡଜ୍ । ଯାହାର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ବସ୍ତ ଏବଂ ନିକଟତମ ବନ୍ଧୁ କୁହାଉଥିବା ଏଲନ ମସ୍କ । ମସ୍କ ମଧ୍ୟ ଏଥିରେ ତାଙ୍କ ଦାୟିତ୍ବ ଅତି ଦ୍ରୁତ ଗତିରେ ତୁଲାଇ ଚାଲିଥିଲେ ।
ହେଲେ ଏବେ ତାଙ୍କ ଗାଡି କମ୍ପାନୀ ଟେସଲାକୁ ନେଇ ବିବାଦ ଆରମ୍ଭ ହୋଇଛି । ଟେସଲା ଟେକଡାଉନ୍ ଆନ୍ଦୋଳନ ନାଁରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ମସ୍କଙ୍କ ଫଟୋ ନେଇ ଏହା ଉପରେ ବ୍ୟାନ ସଙ୍କେତ ଲଗାଇବା ସହ ଟେସଲା ଅଫିସର ସାମ୍ନାରେ ପ୍ରତିବାଦ କରିଛନ୍ତି ଆନ୍ଦୋଳକାରୀ । ଏଥିସହିତ ଯାହା ମସ୍କଙ୍କ ନୀତି ଏବଂ ପ୍ରଭାବ ବିରୁଦ୍ଧରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବୋଲି ଦାବି କରାଯାଇଥିବା ବେଳେ, ଏହାକୁ ଭଙ୍ଗାରୁଜା ଏବଂ ପୋଡ଼ାଜଳା କାର୍ଯ୍ୟ ସହିତ ଜଡିତ କରିଛି ଆମେରିକା ସରକାର । କର୍ତ୍ତୃପକ୍ଷ ହିଂସାତ୍ମକ ପ୍ରତିବାଦକାରୀଙ୍କୁ ଘରୋଇ ଆତଙ୍କବାଦୀ ଭାବରେ ଲେବଲ୍ କରିଛନ୍ତି । ଏଥିସହିତ ମସ୍କ ଆନ୍ଦୋଳନକୁ ପାଣ୍ଠି ଦେଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ କାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟକ ଏଲୋନ୍ ମସ୍କ ସୂଚାଇ ଦେଇଛନ୍ତି ଯେ, ସେ ମେ ମାସ ଶେଷ ସୁଦ୍ଧା ସରକାରୀ ଦକ୍ଷତା ବିଭାଗ (ଡଜ୍)ରୁ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଆମେରିକା ସରକାରଙ୍କ ନିଅଣ୍ଟକୁ ୧ ଟ୍ରିଲିୟନ ଡଲାର ହ୍ରାସ କରିବା ପରେ ସେ ଏହା କରିବେ । ଯାହା ବର୍ତ୍ତମାନର ମୋଟ ଖର୍ଚ୍ଚ ପ୍ରାୟ ୬ ଟ୍ରିଲିୟନ ଡଲାରକୁ ହ୍ରାସ କରିବା ନେଇ ଲକ୍ଷ୍ୟ ରଖିଛି ।
ଏନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ମସ୍କ କହିଛନ୍ତି, ତାଙ୍କ ଦଳ ଦିନକୁ ହାରାହାରି ୪ ବିଲିୟନ ଡଲାର ରୋଜଗାର କରୁଛନ୍ତି । ୧୩୦ ଦିନ ମଧ୍ୟରେ ସରକାରଙ୍କ ନିଅଣ୍ଟକୁ ୧ ଟ୍ରିଲିୟନ ଡଲାରକୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଥିବା ବେଳେ ଏନେଇ ଆବଶ୍ୟକ କରୁଥିବା ଅଧିକାଂଶ ପଦକ୍ଷେପ ଶେଷ ହୋଇଛି । ଯାହା ଧାର୍ଯ୍ୟ ସମୟସୀମା ୧୩୦ ଦିନ ଭିତରେ ଶେଷ ହେବ । ଆମର ଲକ୍ଷ୍ୟ ହେଉଛି ସପ୍ତାହରେ ସାତ ଦିନ ପ୍ରତ୍ୟେକ ଦିନ ୪ ବିଲିୟନ ଡଲାରର ବର୍ଜ୍ୟବସ୍ତୁ ଏବଂ ଜାଲିଆତି ହ୍ରାସ କରିବା । ଯେଉଁଥିରେ ଏପର୍ଯ୍ୟନ୍ତ ସେମାନେ ସଫଳ ହେଉଛନ୍ତି ।
ତେବେ କହିରଖୁଛୁ, ମସ୍କର ଡଜ୍ ମୁଖ୍ୟ ଏବଂ ଏଥିରେ ତାଙ୍କ ସହ ୭ ଜଣିଆ ଏକ ଟିମ୍ ରହିଛି । ଯେଉଁଥିରେ, ଅରାମ ମୋଗାଡାସି, ଷ୍ଟିଭ୍ ଡେଭିସ୍, ବ୍ରାଡ ସ୍ମିଥ, ଆନ୍ଥୋନୀ ଆର୍ମଷ୍ଟ୍ରଙ୍ଗ, ଜୋ ଗେବିୟା, ଟମ କ୍ରୁଜ ଏବଂ ଟାଇଲର ହାସେନ ପ୍ରମୁଖ ଅନ୍ତର୍ଭୁକ୍ତ ରହିଛନ୍ତି ।
Comments are closed.