Latest Odisha News

BREAKING NEWS

ହାର୍ଦ୍ଦିକ-ଜସ୍ମିନଙ୍କ ମଧ୍ୟରେ କିଛି ତ ଚାଲିଛି

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ରିଟିଶ ଗାୟକ ଜସ୍ମିନ ୱାଲିୟାଙ୍କ ବନ୍ଧୁତା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଉଭୟ ପରସ୍ପରକୁ ଭଲ ପାଉଥିବା ନେଇ ମଧ୍ୟ ଆଲୋଚନା ହେଉଛି । କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଅବସରରେ ଏ ଭଳି ଏକ ଘଟଣା ଘଟିଲା ଯାହା ଫଳରେ ଉଭୟଙ୍କ ପ୍ରେମ ସମ୍ପର୍କ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସ ବସରେ ଜସ୍ମିନ ଚଢ଼ୁଥିବା ଦେଖିବାକୁ ମିଳିଥିଲା । ଏହି ବସରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ପରିବାର ସଦସ୍ୟ, ବାନ୍ଧବୀଙ୍କ ପାଇଁ ପ୍ରାୟତଃ ଉଦ୍ଦିଷ୍ଟ ରହିଥାଏ । ଏହା ପୂର୍ବରୁ ଉଭୟ ଗ୍ରୀସରେ ଛୁଟି ମନେଇଥିଲେ । ସେ ସମୟରେ ଉଭୟ ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିଲା । ହାର୍ଦ୍ଦିକ ୨୦୨୦ରେ ନାତାଶ ଷ୍ଟାନକୋଭିଚଙ୍କୁ ବିବାହ କରିଥିଲେ । ଅବଶ୍ୟ ଏହା ପରେ ଉଭୟଙ୍କ ମଧ୍ୟରେ ମତଭେଦ ହେବାରୁ ଅଲଗା ହୋଇ ଯାଇଥିଲେ ।

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ପରେ ଏବେ କୋଲକାତା ନାଇଟ ରାଇଡର୍ସ ହରାଇ ବିଜୟଧାରାକୁ ଫେରିଛି । ଗତ ସଂସ୍କରଣରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ଶେଷ ସ୍ଥାନରେ ରହିଥିଲା । କୋଲକାତା ପ୍ରଥମେ ବ୍ୟାଟିଂ କରି ୧୬.୨ ଓଭରରେ ୧୧୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୨୬, ରମନଦୀପ ସିଂ ୨୨ ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଅଶ୍ୱିନୀ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବାବେଳେ ଦୀପକ ଚହର ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ  । ଜବାବରେ ମୁମ୍ବାଇ ମାତ୍ର ୧୨.୫ ଓଭରରେ ୨ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ରିଆନ ରିକଲଟନ ୬୨ ରନ ଓ ସୂର୍ଯ୍ୟକୁମାର ୨୭ ରନ କରିଥିଲେ ।

Comments are closed.