Latest Odisha News

BREAKING NEWS

ପଲକଙ୍କ ପ୍ରେମରେ ପଡିଛନ୍ତି କି ସୈଫଙ୍କ ପୁଅ ଇବ୍ରାହିମ

ମୁମ୍ବାଇ: ସୈଫ ଅଲୀ ଖାଁଙ୍କ ପୁତ୍ର ଇବ୍ରାହିମ ଅଲୀ ଖାଁ ଓ ପଲକ ତିୱାରୀଙ୍କ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚା ଜୋର ଧରିଛି । ଶନିବାର ବିଳମ୍ବିତ ରାତିରେ ଉଭୟଙ୍କୁ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଏକତ୍ର ଆସିଥିବା ଦେଖିବାକୁ ମିଳିଥିଲା । ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ କାରରୁ ଓହ୍ଲାଇବା ପରେ ଇବ୍ରାହିମ ତାଙ୍କ ପଛେ ପଛେ ଭିତରକୁ ଯାଇଥିଲେ । କିଛି ସମୟ ପରେ ସେମାନେ ଫେରିବା ବେଳକୁ ତାଙ୍କ ସହିତ ଆଉ କେତେ ଜଣ ସାଙ୍ଗ ରହିଥିଲେ । ଏହା ପ୍ରଥମ ଥର ପାଇଁ ଉଭୟଙ୍କୁ ଅନେକ ଥର ଏକତ୍ର ସ୍ପଟ କରାଯାଇଛି । ସୈଫ ଓ ଅମୃତାଙ୍କ ପୁତ୍ର ଇବ୍ରାହିମ ଏବଂ ପଲକଙ୍କ ଡେଟିଂ ଖବର ୨୦୨୨ ଡିସେମ୍ବରରୁ ଜୋର ଧରିଲାଣି ।

ଉଭୟ ଅବଶ୍ୟ ଅଭିନୟରେ ନାମ କମାଇ ନ ଥିବା ବେଳେ ଏହା ମାଧ୍ୟମରେ ଚର୍ଚ୍ଚା ସାଉଁଟିବାରେ ସଫଳ ହୋଇଛନ୍ତି । କରନ ଜୋହରଙ୍କ ଫିଲ୍ମ ସରଜମିରେ ଇବ୍ରାହିମ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଏଥିରେ କାଜୋଲ ଓ ପୃଥ୍ୱୀରାଜ ସୁକୁମାରନ ପରି କଳାକାର ମଧ୍ୟ ଅଭିନୟ କରୁଛନ୍ତି । ଅପରପକ୍ଷରେ ପଲକଙ୍କୁ ସଲମାନ ଖାଁଙ୍କ କିିସି କେ ଭାଇ କିସି କେ ଜାନ ସମେତ ଅନ୍ୟ କିଛି ଫିଲ୍ମରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.