ଭୁବନେଶ୍ବର: ଶରୀର ପାଇଁ ଜଳ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା । ଅନେକ ପେଟ ରୋଗ ପାଇଁ ଏବଂ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କ କହିବାନୁସାରେ, ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଇବା ଉଚିତ୍ । ତେବେ ଅନେକ ଲୋକ ସକାଳେ ଦାନ୍ତ ଘଷିବା ପୂର୍ବରୁ ପାଣି ପିଅନ୍ତି । ତେବେ ଆପଣ ଜାଣିଛନ୍ତି ଚା-କଫି ଇତ୍ୟାଦି ଠାରୁ ବହୁତ ଗୁଣରେ ଲାଭଦାୟକ ହୋଇଥାଏ ଅଘଷା ପାଟିରେ ପାଣି ପିଇବା । ଆସନ୍ତୁ ଜାଣିବା ଅଘଷା ପାଟିରେ ପାଣି ପିଇଲେ ଶରୀରକୁ କ’ଣ ଲାଭ ମିଳିଥାଏ ।
– ଯଦି ଆପଣ ବ୍ରଶ୍ କରିବା ପୂର୍ବରୁ ଅଘଷା ପାଟିରେ ପାଣି ପିଉଛନ୍ତି, ତେବେ ଏହା ଦ୍ୱାରା ଆପଣଙ୍କ ହଜମ ଶକ୍ତି ବୃଦ୍ଧି ହୋଇଥାଏ । ଆପଣଙ୍କ ଖାଦ୍ୟ ମଧ୍ୟ ସହଜରେ ହଜମ ହୁଏ । ଅଘଷା ପାଣି ପିଇବା ଦ୍ବାରା ଆପଣଙ୍କ ଶରୀରରୁ ମଇଳା ବାହାରି ଯାଇଥାଏ ।
-ଶୋଇବା ସମୟରେ ଆମେ ୭-୮ ଘଣ୍ଟା ମଧ୍ୟରେ ପାଣି ପିଇନଥାଉ । ଏପରି ପରିସ୍ଥିତିରେ, ଆପଣ ସକାଳେ ଉଠି ପ୍ରଥମେ ପାଣି ପିଇବା ଉଚିତ୍ । ଯାହା ଦ୍ବାରା ଆପଣଙ୍କ ଶରୀର ହାଇଡ୍ରେଟ୍ ରହିବ ।
-ଅଘଷା ପାଟିର ପାଣି ପିଇବା ଦ୍ୱାରା ପାଟିର ଜୀବାଣୁ ମୁକ୍ତ ହୋଇଥାଏ ।
-ଯଦି ଆପଣ ଅଘଷା ପାଟିରେ ପାଣି ପିଅନ୍ତି, ତେବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଆପଣଙ୍କୁ ଶୀଘ୍ର ଥଣ୍ଡାକାଶ ହେବ ନାହିଁ । ଏହାଦ୍ବାରା କେଶ ମଧ୍ୟ ଭଲ ରହେ ।
-ସକାଳେ ଅଘଷା ପାଟିରେ ପାଣି ପିଇଲେ ଉଚ୍ଚରକ୍ତ ଚାପ ଏବଂ ମଧୁମେହ ପରି ରୋଗରୁ ରକ୍ଷା ପାଇପାରିବେ । ଏଥିସହ ଯଦି ଆପଣ ସକାଳେ ଅଘଷା ପାଟିରେ ପାଣି ପିଅନ୍ତି, ତେବେ ଆପଣ ମୋଟାପଣ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।
-ଶୁଖିଲା ପାଟିର ସମସ୍ୟା ଦେଖାଯାଏ ଯେତେବେଳେ ଆପଣ ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତି ନାହିଁ, ତେଣୁ ଆପଣ ସକାଳେ ଉଠିବା ପରେ ଅଘଷା ପାଟିରେ ପାଣି ପିଇବା ଆବଶ୍ୟକ ।