Latest Odisha News

BREAKING NEWS

କର୍ମଜୀବୀ ମହିଳାଙ୍କ କ୍ୟାରିୟର ନଷ୍ଟ କରୁଛି କି ‘ବିବାହ’? 

ନୂଆଦିଲ୍ଲୀ: ଅନେକ ସମୟରେ କାର୍ଯ୍ୟରତ ଝିଅମାନଙ୍କୁ ଶୁଣିବାକୁ ପଡିଥାଏ ଯେ ସେମାନେ ଠିକ୍ ସମୟରେ ବିବାହ କରିବା ଉଚିତ୍। ବିବାହ ପରେ ଚାକିରି କରିବା କଣ ନିହାତି ଦରକାର। ପୁଣି ଚାକିରି ଅପେକ୍ଷା ଶିଶୁ ଏବଂ ପରିବାରର ମଧ୍ୟ ଯତ୍ନ ନେବା ଜରୁରୀ ଅଟେ। ଭାରତୀୟ ସମାଜରେ କର୍ମଜୀବୀ ମହିଳାଙ୍କୁ ଏଭଳି ଅନେକ କଥା ଶୁଣିବାକୁ ପଡିଥାଏ।

ଭାରତରେ ସବୁବେଳେ ମହିଳାଙ୍କ ଚାକିରୀ ଉପରେ ଏକ ବିପଦ ରହିଥାଏ। ତାଙ୍କ କ୍ୟାରିୟର କେତେ ଦୂର ଯିବ ତାହା ନିଶ୍ଚିତ ନୁହେଁ। ବିଶ୍ବ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ବିବାହ ପରେ କାର୍ଯ୍ୟ କରୁଥିବା ମହିଳାଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ବିବାହ ପରେ ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କୁ ଚାକିରି ଛାଡିବାକୁ ପଡୁଛି। ରିପୋର୍ଟରେ ଏହାକୁ ‘ବିବାହ ଦଣ୍ଡ’ ଅର୍ଥାତ୍ ‘ମ୍ୟାରେଜ ପେନାଲ୍ଟି’ ମଧ୍ଯ କୁହାଯାଇଛି।

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଭାରତରେ ବିବାହ ପରେ କାମ କରୁଥିବା ମହିଳାଙ୍କ ସଂଖ୍ୟା ୧୨ ପ୍ରତିଶତ ହ୍ରାସ ପାଇଛି।ଅପରପକ୍ଷେ, ବିବାହ ପରେ ପୁରୁଷଙ୍କ ରୋଜଗାର ହାରରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ଏବଂ ମାଲଦ୍ୱୀପରେ ବିନା ସନ୍ତାନରେ ମହିଳାଙ୍କ ମଧ୍ୟରେ ବିବାହକୁ ନେଇ ଥିବା ମାନଦଣ୍ଡ ବିବାହର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିଥାଏ।

ଅନ୍ୟପକ୍ଷରେ ପିଲାମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ମହିଳାଙ୍କ ଉପରେ ନ୍ୟସ୍ତ ରହିଥାଏ। ଏହି କାରଣରୁ ସେମାନେ ଅଫିସ ଯାଇ କାମ କରିପାରନ୍ତି ନାହିଁ। ଯାହାଫଳରେ ସେମାନଙ୍କୁ ଚାକିରି ଛାଡିବାକୁ ପଡିଥାଏ।

ବିଶ୍ବ ବ୍ୟାଙ୍କର ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆରେ ୨୦୨୩ ମସିହାରେ ଲେବର ଫୋର୍ସରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର ୩୨ ପ୍ରତିଶତ ଥିଲା। ଅପରପକ୍ଷରେ ପୁରୁଷଙ୍କ ରୋଜଗାର ହାର ୭୭ ପ୍ରତିଶତ ରହିଥିଲା।

Comments are closed.