Latest Odisha News

BREAKING NEWS

ରୁଷର ପରବର୍ତୀ ଟାର୍ଗେଟ ମୋଲୋଡୋଭା !

ନୂଆଦିଲ୍ଲୀ:ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରବର୍ତୀ ଟାର୍ଗେଟ ନେଇ ବିଭିନ୍ନ ସାଇଟରେ ଖବର ପ୍ରକାଶ ପାଇଛି । ୟୁକ୍ରେନ କବଜା ପରେ ସେ ଏହାର ପଡୋଶୀ ଦେଶ ମୋଲୋଡୋଭା ଉପରେ ଆକ୍ରମଣ କରିବେ । ପୁତିନଙ୍କ ନିକଟତମ ବନ୍ଧୁ ତଥା ବେଲାରୁଷର ଏକଚ୍ଛତ୍ରବାଦ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁଙ୍କାଶେଙ୍କୋ ସେନା ଅଧିକାରୀଙ୍କ ସହ ଏକ ବୈଠକରେ ଏ ସମ୍ପର୍କରେ ସୂଚନା ଦେଉଥିବା ଜଣାପଡିଛି ।

ବ୍ୟାଟେଲ ମ୍ୟାପ ସମ୍ପର୍କୀତ ଡାଟା କିପରି ଲିକ ହେଲା ସେ ସମ୍ପର୍କରେ ତଦନ୍ତ ଚାଲିଛି । ବର୍ତମାନ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ୟୁକ୍ରେନ ବିପକ୍ଷ ଲଢ଼େଇରେ ରୁଷକୁ ବେଲାରୁଷ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛି । ଏପରିକି ବର୍ଡରରେ ରୁଷ ସେନା ବେଲାରୁଷରେ ଯୁଦ୍ଧାଭ୍ୟାସ କରିଥିଲେ ।

Comments are closed.