Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ ଧରାପଡିଛନ୍ତି।

ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଛଅ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ୫୦ ପ୍ରତିଶତ ଏରିୟର କରିଦେବା ପାଇଁ ଓ ୨୯ ଜଣ ଅବସର ଶିକ୍ଷକଙ୍କ କାଗଜପତ୍ର ଭୁବନେଶ୍ବର ପଠାଇବା ପାଇିଁ ଟଙ୍କା ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସର ଯୋଜନା ଅନୁସାରେ ଆଜି ଜଣେ ଅବସରପ୍ରାପ୍ତ ଶିକ୍ଷକ ଲାଞ୍ଚ ଟଙ୍କା ଦେଉଥିଲେ।

ତେବେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅବସରପ୍ରାପ୍ତ ଶିକ୍ଷକଙ୍କ  ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଚଢ଼ଉ ହୋଇଥିଲା । ରାୟଗଡା ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ବରେ ଟିମ୍‌ ବିଇଓ ଶ୍ରୀ ବେହେରାଙ୍କ ଘରୁ ୧୦ହଜାର ଟଙ୍କା ଜବତ କରାଯାଇଛି। ବିଇଓ କାର୍ଯ୍ୟାଳୟରୁ ନଥି ପତ୍ର ମଧ୍ୟ ଜବତ ହୋଇଛି।

Comments are closed, but trackbacks and pingbacks are open.