Latest Odisha News

BREAKING NEWS

ନୂଆ ମୋବାଇଲ ଆଣିବା ନେଇ ମୁଣ୍ଡ ଖଟାଉଛନ୍ତି କି ମସ୍କ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେସଲା ସିଇଓ ଏଲୋନ୍ ମସ୍କ ଶନିବାର କହିଛନ୍ତି ଯେ ଆପଲ୍ ଏବଂ ଗୁଗଲ୍ ଆପ୍ ଷ୍ଟୋରରୁ ଯଦି ଟ୍ୱିଟରକୁ ହଟାଇଦେବେ ତାହେଲେ ସେ ଏକ ବିକଳ୍ପ ସ୍ମାର୍ଟଫୋନ ତିଆରି କରିବେ। ସେ କହିଛନ୍ତି ଯେ ଏହି ସ୍ମାର୍ଟଫୋନ୍ ଆପଲ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତ ହେବ। ଟ୍ୱିଟର ଏବେ ଆପଲ୍ ଏବଂ ଗୁଗୁଲର ଆପ୍ ଷ୍ଟୋର ଦ୍ୱାରା ବିଭିନ୍ନ ଯାଞ୍ଚର ସମ୍ମୁଖୀନ ହୋଇଛି। ତେଣୁ ଏହାକୁ ଦେଖି ମସ୍କ ଚିନ୍ତିତ ଅଛନ୍ତି । ତେଣୁ ସେ ଆଶଙ୍କା କରୁଛନ୍ତି ଯେ ଭବିଷ୍ୟତରେ ଟ୍ୱିଟର ଉଭୟ ଆପ୍ ଷ୍ଟୋରରୁ ବାହାରି ଯାଇପାରେ।

ସେ ଟ୍ୱିଟ୍ କରି କହିଛନ୍ତି,  ମୁଁ ଏ ବାବଦରେ ଚିନ୍ତା କରିବା ଆରମ୍ଭ କରିଥିଲି ଯେତେବେଳେ ଜଣେ ଟ୍ୱିଟର ୟୁଜର ଲେଖିଥିଲେ, ‘ଯଦି ଆପଲ୍ ଏବଂ ଗୁଗଲ୍ ନିଜ ଆପ୍ ଷ୍ଟୋରରୁ ଟ୍ୱିଟରକୁ ହଟାଇ ଦିଅନ୍ତି, ତେବେ ଏଲୋନ୍ ମସ୍କ ନିଜର ସ୍ମାର୍ଟଫୋନ୍ ତିଆରି କରିବା ଉଚିତ୍।’ ଏହାର ଉତ୍ତରରେ ମସ୍କ ଲେଖିଛନ୍ତି, ‘ମୁଁ ନିଶ୍ଚିତ ଆଶା କରେ ଏହା ଘଟିବ ନାହିଁ। କିନ୍ତୁ ହଁ, ଯଦି ଅନ୍ୟ କୌଣସି ବିକଳ୍ପ ନାହିଁ ତେବେ ମୁଁ ଏକ ବିକଳ୍ପ ଫୋନ୍ ତିଆରି କରିବି।

ଏହାକୁ ନେଇ ଅନେକ ଟ୍ୱିଟର ୟୁଜର ମସ୍କଙ୍କ ଟ୍ୱିଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ନିଶ୍ଚିତ ଯେ ମସ୍କ ସ୍ମାର୍ଟଫୋନ ସେକ୍ଟରରେ ପରିବର୍ତ୍ତନ ଆଣିବେ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ମୁଁ ଭାବୁଛି ସେ ଏଭଳି ଯୋଜନାରେ କାମ କରୁଛନ୍ତି।’ ଅନ୍ୟ ଏକ ଟ୍ୱିଟରେ ଏଲୋନ୍ ମସ୍କ କହିଛନ୍ତି ଯେ ଟ୍ରମ୍ପ କୌଣସି ନିୟମ ଉଲ୍ଲଂଘନ କରୁ ନ ଥିବାରୁ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରରେ ପୁନଃ ସ୍ଥାପିତ କରିଛନ୍ତି। ସେ କହିଛନ୍ତି ଯେ ମାଇକ୍ରୋବ୍ଲଗିଂ ଟ୍ୱିଟର ସମସ୍ତଙ୍କ ପାଇଁ ନ୍ୟାୟଯୁକ୍ତ ହେବା ଉଚିତ।

Comments are closed.