Latest Odisha News

ପୁଣି ପଲଟି ଯିବେ କି ନୀତିଶ ? ନୀତି ଆୟୋଗ ବୈଠକରେ ଦେଲେ ନାହିଁ ଯୋଗ

ନୂଆଦିଲ୍ଲୀ: ଏନଡିଏର ହାତ ଛାଡି ଦେବେ କି ନୀତିଶ ? କାରଣ ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି ନୀତିଶ କୁମାର । ଯାହାକୁ ନେଇ ଏବେ ଚର୍ଚ୍ଚା, ପୁଣି ପଲଟି ଯିବେ କି ପଲଟୁରାମ? କାରଣ ନୀତିଶଙ୍କ ପଲଟୁ ଆଚରଣର ପୂର୍ବରୁ ରେକର୍ଡ ରହିଛି । ସ୍ବାର୍ଥ ପୂରଣ ନହେଲେ ଦଳରୁ ଡିଆଁ ମାରନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତିଶ କୁମାର ।

ସେପଟେ ବିହାରକୁ ବଜେଟରେ ସ୍ବତନ୍ତ୍ର ପ୍ୟାକେଜ ମିଳିଥିଲେ ମଧ୍ୟ, କାଳେ ସେଥିରେ ଖୁସି ନାହାନ୍ତି ନୀତିଶ । ପୂର୍ବରୁ ବହୁବାର ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମାଗିଥିଲେ ବଧ୍ୟ ବଜେଟ୍ ପୂର୍ବ ଦିନ ହିଁ ଏହାକୁ ସଂପର୍ଣ୍ଣ ରୂପେ ଖଣ୍ଡନ କରିଦେଇଥିଲେ ମୋଦି ସରକାର । ଯାହାକୁ ନେଇ କାଳେ ଏବେ ଖପ୍ପା ନୀତିଶ । ଯେଉଁଠି ବଜେଟରେ ଖାଲି ନୀତିଶ ନାଇଡୁ ଖୁସି ବୋଲି ବିରୋଧୀ କହୁଛନ୍ତି ସେଠି କିନ୍ତୁ ବଜେଟକୁ ନେଇ ପଦୁଟିଏ ବି କହିନାହାନ୍ତି ନୀତିଶ । ଖାଲି ମନବୁଝାଇବା ଭଳି କହିଛନ୍ତି ଆମେ କେନ୍ଦ୍ରକୁ ସ୍ବତନ୍ତ୍ର ବଜେଟ୍ ପାଇଁ କହିଥିଲୁ ସେ ଦେଲେ ଭଲ ହେଲା ।

ତେବେ ବଜେଟ୍ ନେଇ ଯା ଜଣାପଡୁଛି, ନୀତିଶଙ୍କୁ ଖୁସି କରିପାରିନାହାନ୍ତି ମୋଦି । କାରଣ ବଜେଟରେ ମିଳିଥିବା ସ୍ବତନ୍ତ୍ର ପ୍ୟାକେଜ ଉପରେ କିଛି ସ୍ପଷ୍ଟ ମତ ନରଖି ବୁଲେଇ ବଙ୍କେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ନୀତିଶ । ଏନେଇ ସେ କହିଛନ୍ତି, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିପାରିବନି କହିଲେ, ମୁଁ ବଜେଟରେ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ସହାୟତାର ପ୍ରସ୍ତାବ ଦେଇଥିଲି, ସେମାନେ ଦେଲେ ଭଲ ହେଲା, ରାଜ୍ୟର ଆହୁରି ଉନ୍ନତି ହେବ । ପୂର୍ବରୁ ବିହାରର ଅନେକ ବିକାଶ ଆମ ସରକାର କରିସାରିଲାଣି । ଏଥିରେ କେନ୍ଦ୍ର ଅନୁଦାନ ଦେଲେ ଆହୁରି ଭଲ ହେବ ବୋଲି କହିଛନ୍ତି ନୀତିଶ । ଏନେଇ ସେ ସନ୍ତୁଷ୍ଟ ଅଛନ୍ତି କି ନାହିଁ ପଚରା ଯିବାରୁ ସେ କିଛି ସ୍ବଷ୍ଟ ଉତ୍ତର ରଖିନଥିଲେ । ଯାହା ସ୍ବଷ୍ଟ କରୁଛି ବଜେଟରେ ବିହାରକୁ ଦିଆଯାଇଥିବା ଅନୁଦାନକୁ ନେଇ ବିଶେଷ ଖୁସି ନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ମୋଦି ସରକାର ମେଣ୍ଟ ଆଡୁ ନୀତିଶ ମୁହଁ ମୋଡିପାରନ୍ତି ବୋଲି ଚର୍ଚ୍ଚା ।

ତେବେ ଏହା ପ୍ରଥମ ନୁହେଁ କି ନୀତିଶ ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି । ଗତବର୍ଷ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ ନୀତିଶ । କେବଳ ବିହାରର ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏଥର ବି ସେହି ସମାନ ସ୍ଥିତି । ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ନୀତି ଆୟୋଗ ବୈଠକରେ ଯୋଗ ଦେଇଛନ୍ତି । ତେବେ ନୀତିଶ କାହିଁକି ଯୋଗ ଦେଲେନି ତାହାର କିଛି ଠୋସ୍ କାରଣ ଜଣାପଡିନଥିଲେ ମଧ୍ୟ ବିହାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ ସେ ଅସନ୍ତୁଷ୍ଟ ଅଛନ୍ତି ବୋଲି ଚର୍ଚ୍ଚା ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପରିଚାଳନା ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଏହି ସଭା ଅନୁଷ୍ଠିତ ହେଉଛି।

Comments are closed.