Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ‘ଜଣେ ବ୍ୟକ୍ତିଙ୍କୁ କ’ଣ ସିଏମଓ କୁହାଯିବ କି ?’

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ  ବିବୃତି ରଖିବା ପରେ ଗର୍ଜିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଛନ୍ତି ।   ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଛି । ସେଠାରେ ସିଏମଓ ଅଧିକାରୀମାନେ ପରିଚାଳନା କରନ୍ତି ।  ସେଥିପାଇଁ ସେମାନେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିବାକୁ ଚିନ୍ତା କଲି । ମୋ ନିର୍ଦ୍ଦେଶରେ ସିଏମଓ ଅଫିସରମାନେ ଜିଲ୍ଲା ଜିଲ୍ଲା ବୁଲି ଅଭିଯୋଗ ଆଣିଲେ ।

ଏହାର ଉତ୍ତରରରେ ଜୟନାରାୟଣ ସିଏମଓ କାହାକୁ କହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଜଣେ ବ୍ୟକ୍ତିଙ୍କୁ କ’ଣ ସିଏମଓ କୁହାଯିବ କି  ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ, ଲୋକେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ବାଛିଛନ୍ତି । ଅନ୍ୟ କାହାକୁ ଭୋଟ ଦେଇ ସେମାନେ ବାଛି ନାହାନ୍ତି । ନନୀବ ପଟ୍ଟନାୟକ  ତାଙ୍କ ମନ୍ତ୍ରୀ ଓ ଅଫିସରଙ୍କ କାର୍ଯ୍ୟକୁ ନେଇ ଲୋକ ଓ ବିଧାନସଭା ପାଖରେ ଉତ୍ତର ଦାୟୀ । କିନ୍ତୁ ମୁ୍ଖ୍ୟମନ୍ତ୍ରୀ ଏହାକୁ ଅଣ ଦେଖା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଜୟନାରାୟଣ ମିଶ୍ର       ।

ଜୟନାରାୟଣ ଆହୁରି କହିଥିଲେ, ଗୃହରେ ବିରୋଧ ବିଧାୟକ ଦଳ କରୁଥିବା ପ୍ରଶ୍ନର ଉତ୍ତର ଦିଆ ଯାଉନି । ଏପରିକି ଗୃହରେ ବିରୋଧୀ ଦଳ ନେତା କହୁଥିବାବେଳେ ତାଙ୍କ ମାଇକ ବନ୍ଦ କରି ଦିଆଯାଉଛି । ବିଧାନସଭାରେ ଏପରି କରାଯିବା ପ୍ରଥମ  ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ଶ୍ରୀ ମିଶ୍ର।

ସେ କହିଛନ୍ତି,  ବିଧାନସଭା ନିୟମ ଅନୁଯାୟୀ ଚାଲୁନାହିଁ । ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଗଣତନ୍ତ୍ରରେ ସରକାର ଉତ୍ତର ଦେବା ପାଇଁ ବାଧ୍ୟ । ଆମେ ଯେଉଁ ପ୍ରଶ୍ନ କରିଛୁ ତାହା ଲୋକଙ୍କ ପ୍ରଶ୍ନ । ହେଲେ ସେ ପ୍ରଶ୍ନର  ଉତ୍ତର ମିଳୁନି ।  ଆମେ ୫ଟି ସଚିବଙ୍କ ଗସ୍ତ ଓ ଖର୍ଚ୍ଚ ବାବଦରେ ପ୍ରଶ୍ନ କରିଥିଲୁ । ହେଲେ ମୁଖ୍ୟମନ୍ତ୍ରୀ ତାର ଉତ୍ତର ଦେଉ ନାହାନ୍ତି । କେବେ ମନ୍ତ୍ରୀଙ୍କୁ ଦେଖା ଦେଉ ନ ଥିବା ମୁଖ୍ୟମନ୍ତ୍ରୀ ଲୋକଙ୍କୁ କ’ଣ ଦେଖା ଦେବେ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ।

ବିରୋଧୀ ଦଳ ନେତା କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା । ଯାହା କି ବିଧାନସଭା ଇତିହାସରେ ପ୍ରଥମ ଘଟଣା । ବିଧାନସଭା ନିୟମ ଅନୁଯାୟୀ ଚାଲୁନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି ।

Comments are closed.