କରାଚି: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ରଦ୍ଦ ସହିତ ପାକିସ୍ତାନୀ ଭିସା ବାତିଲ ଏବଂ ଭାରତରେ ରହୁଥିବା ପାକିସ୍ତାନୀମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ପରିସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ ହୋଇପଡ଼ିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି।
ତେବେ ତାଙ୍କର କ’ଣ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଶାହବାଜ ସରିଫ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ହସ୍ପିଟାଲର ଏକ ପେପର ଭାଇରଲ ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ସେ ଅସୁସ୍ଥ ଅଛନ୍ତି। ସେଥିରେ ୨୭ ଏପ୍ରିଲ ତାରିଖ ଉଲ୍ଲେଖ ଅଛି। ଏପରି ସ୍ଥଳେ ଅନୁମାନ କରାଯାଉଛି ଯେ ତାଙ୍କୁ ୨୭ ଏପ୍ରିଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତଥାପି ଏହା ବିଷୟରେ ଅଧିକ ସୂଚନା ଉକ୍ତ ପେପରରେ ଉଲ୍ଲେଖ ନଥିବା ବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବରକୁ ଗୋପନ ରଖାଯିବା ଉଚିତ ବୋଲି ଦର୍ଶାଯାଇଛି।
ସୂଚନାନୁଯାୟୀ ଶାହବାଜ ସରିଫ ରାୱଲପିଣ୍ଡିର ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।
Comments are closed.