ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଆରମ୍ଭ ହେବ । ଏହାର ଠିକ ପୂର୍ବରୁ ଭାରତ ଏ ଟିମ ଇଂଲଣ୍ଡ ଯିବ । ଆଇପିଏଲ ପରେ ଭାରତର ୧୯ ବର୍ଷରୁ କମ ଟିମ ସେଠାରେ ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଟିମରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିିଳିପାରେ । ବୈଭବ ଏବଂ ଆୟୂଷ ମାହେତ୍ର ଚଳିତ ଆଇପିଏଲରେ ପ୍ରଭାବିତ କରିଛନ୍ତି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲରେ ବିସ୍ଫୋରକ ଶତକ ହାସଲ କରିଥିଲେ । ବୈଭବ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ୧୯ ବର୍ଷରୁ କମ ମୁକାବିଲାରେ ମଧ୍ୟ ଶତକ ହାସଲ କରିଥିଲେ ।
ଆସନ୍ତା ବର୍ଷ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜିତ ହେବ । ଏହି ଦୁଇ ଯୁବ ଖେଳାଳିଙ୍କ ଉପରେ ବିସିସିଆଇ ଚୟନ କମିଟି ନଜର ରଖିଛନ୍ତି । ଇଂଲଣ୍ଡ ଗସ୍ତରେ ହାସଲ କରିଥିବା ଅଭିଜ୍ଞତା ସେମାନଙ୍କୁ ନାମ୍ବିଆ ଓ ଜିମ୍ବାୱେରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପରେ ବେଶ ସହାୟ ହେବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ଯୁବ ଖେଳାଳିଙ୍କ ବିକଳ୍ପ ପାଇଁ ବିସିସିଆଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ।
Comments are closed.