Latest Odisha News

ସୋନାକ୍ଷୀଙ୍କ ବାହାଘର, ‘ଖାମୋସ’ ଶତ୍ରୁଘ୍ନ !

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ବୟଫ୍ରେଣ୍ଡ ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି, ସୋନାକ୍ଷୀଙ୍କ ବିବାହକୁ ନେଇ ଖୁସି ନାହାନ୍ତି ବାପା ଶତ୍ରୁଘ୍ନ ସିହ୍ନା ଓ ପରିବାର। କାହିଁକି ଶତ୍ରୁଘ୍ନ ଖୁସି ନାହାନ୍ତି, ଏନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ଆକଳନ କରାଯାଉଛି ।

ସୋନାଙ୍କ ବିବାହ ‘ଖାମୋସ୍’ ଶତ୍ରୁଘ୍ନ

ସୋନାକ୍ଷୀଙ୍କ ବିବାହ ନେଇ ବାପା ଶତ୍ରୁଘ୍ନ ସିହ୍ନା ଖୁସି ନଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ବିବାହ ସଂପର୍କରେ ଜାଣିନଥିବା କହିଥିଲେ । ଏପରିକି ଏବେକାର ପିଲାମାନେ ଅନୁମତି ନିଅନ୍ତିନି ବରଂ ନିଷ୍ପତ୍ତି ଜଣାନ୍ତି ବୋଲି କହିଥିଲେ ଶତ୍ରୁଘ୍ନ ସିହ୍ନା । ତେବେ ସୋନାକ୍ଷୀ ନିଜ ପସନ୍ଦରେ ବିବାହ କଲେ କାହିଁକି ଅସନ୍ତୁଷ୍ଟ ହେବେ ବୋଲି ଶତ୍ରୁଘ୍ନ କହିଥିଲେ। ଏହାପରେ ସୋନାକ୍ଷୀଙ୍କ ବିବାହରେ ଶତ୍ରୁଘ୍ନ ଯୋଗ ଦେବେ କି ନାହିଁ, ସେନେଇ ଚର୍ଚ୍ଚା ହୋଇଥିଲା। ତେବେ ସିହ୍ନା ପରିବାରର ଘନିଷ୍ଠ କୁହାଯାଉଥିବା ପହଲାଜ ନିହଲାନି କହିଛନ୍ତି, ଶତ୍ରୁଘ୍ନ ସୋନାକ୍ଷୀଙ୍କୁ ଭଲ ପାଆନ୍ତି, ବିବାହରେ ସାମିଲ ନହେବାର ପ୍ରଶ୍ନ ହିଁ ଉଠୁନି ।

ପରିବାରରେ ଅଲ୍ ଇଜ ନଟ୍ ଓ୍ବେଲ୍ !

କେବଳ ଶତ୍ରୁଘ୍ନ ସିହ୍ନା ନୁହନ୍ତି ସୋନାକ୍ଷୀଙ୍କ ପୂରା ପରିବାର ତାଙ୍କର ବିବାହ ନିଷ୍ପତ୍ତିରେ ଖୁସି ନଥିବା କୁହାଯାଉଛି। ମାଆ ପୁନମ ସିହ୍ନା ପରିବାରର ସବୁ ସଦସ୍ୟଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିଲେ ବି ସୋନାକ୍ଷୀଙ୍କୁ ଫଲୋ କରୁନଥିବା ଚର୍ଚ୍ଚା ହେଉଛି। ପୁନମ ଶତ୍ରୁଘ୍ନ ସିହ୍ନା, ଦୁଇ ପୁଅ ଲବ ଓ କୁଶ ଏବଂ କିଛି ଦଳୀୟ କର୍ମୀଙ୍କୁ ଫଲୋ କରୁଛନ୍ତି । ଏପରିକି ସୋନାକ୍ଷୀଙ୍କୁ ତାଙ୍କ ଭାଇ ଲବ ସିହ୍ନା ମଧ୍ୟ ଫଲୋ କରୁନଥିବା କୁହାଯାଉଛି । ଏଥିସହ ଲବ୍ ସିହ୍ନାଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ବି ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।  ଏଥିରେ ସେ, ତୁମେ କେଉଁ ପକ୍ଷକୁ ଯିବ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଲବ କେଉଁ ପ୍ରସଙ୍ଗରେ ଓ କାହା ପାଇଁ ଏଭଳି ପୋଷ୍ଟ କରିଛନ୍ତି, ତାହା ଜଣାପଡିନି । ସେପଟେ ସୋନାକ୍ଷୀ ଓ ତାଙ୍କ ପରିବାରରେ ସବୁ ଠିକ୍ ଥିବା ପହଲାଜ ନିହଲାନି କହିଛନ୍ତି ।

ଜୁନ୍ ୨୩ରେ ବାହାଘର !

ସୋନାକ୍ଷୀ ସିହ୍ନା ବୟଫ୍ରେଣ୍ଡ ଜହିର ଇକବାଲଙ୍କ ସହ ଜୁନ୍ ୨୩ତାରିଖରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ପରିବାର କିମ୍ବା ସୋନାକ୍ଷୀ ଓ ଜହିରଙ୍କ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିନି । ତେବେ ବିବାହ ସମାରୋହ ଆୟୋଜନକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ଆଇଭୋରି ରଙ୍ଗର ଥିମରେ ପୂରା ବିବାହ ସମାରୋହରେ ସାଜସଜ୍ଜା କରାଯିବ। ଉଭୟଙ୍କ ବିବାହ ନିମନ୍ତ୍ରଣ ପାଇଁ ଡିଜିଟାଲ୍ କାର୍ଡ ଓ ଅତିଥୀ ତାଲିକା କିଛି ଦିନ ତଳେ ଭାଇରାଲ୍ ହୋଇଥିଲା। ଏଥିରେ ଥିବା ଅଡିଓ କ୍ଲିପରେ ସୋନାକ୍ଷୀ ଓ ଜହିର ୭ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଥିବା କହୁଛନ୍ତି । ଲିକ୍ ଅଡିଓ ଇନଭିଟେସନ୍ ପରେ ବି ବିବାହ ନେଇ ଏପର୍ଯ୍ୟନ୍ତ ଉଭୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ବିବାହର ୫ଦିନ ପୂର୍ବରୁ ସୋନାକ୍ଷୀ ଓ ଜହିର ସାଙ୍ଗମାନଙ୍କ ସହ ବ୍ୟାଚଲରେଟ୍ ପାର୍ଟି କରୁଥିବା ଦେଖିବାକୁ ମିଳିଛି। ବ୍ୟବସାୟୀ ପରିବାରରୁ ରହିଥିବା ଜହିର ଇକବାଲ ଅଭିନୟ ଓ ମଡେଲିଂ ବି କରିଛନ୍ତି । ସୋନାକ୍ଷୀଙ୍କ ଅଭିନିତ ଫିଲ୍ମ ଡବଲ ଏକ୍ସେଲରେ ବି ଅଭିନୟ କରିଥିଲେ ଜହିର ।

Comments are closed.