Latest Odisha News

ଗିଲ ହେବେ କି ଭାରତୀୟ କ୍ରିକେଟର ଭବିଷ୍ୟତ ଅଧିନାୟକ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଚୟନ କମିଟି ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଦଳ ଘୋଷଣା କରିଛି । ଟି୨୦ରେ ସୂର୍ଯ୍ୟକୁମାର ଯାଦବ ଏବଂ ଦିନିକିଆରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି ୨ଟି ଯାକ ଫର୍ମାଟରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଯାହାକି ଅନେକଙ୍କୁ କିଛି ମାତ୍ରାରେ ଆଶ୍ଚର୍ଯ୍ୟଚକିତ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, କେଏଲ ରାହୁଲ ଏବଂ ଯଶପ୍ରୀତ ବୁମରାହଙ୍କ ଏହି ଦୌଡରୁ ପରୋକ୍ଷରୁ ବାଦ ଦିଆଯାଇଛି ।

କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର କଣ ପରୋକ୍ଷରେ ଗିଲଙ୍କୁ ଭାରତୀୟ ଦଳର ଭବିଷ୍ୟତ ଅଧିନାୟକ ଭାବେ ଉପସ୍ଥାପନ କରୁଛନ୍ତି କି ? ବିଶେଷ କରି ଧଳା ବଲ କ୍ରିକେଟରେ ଗିଲ ଏହି ଦାୟିତ୍ୱ ନେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସେ ଯଦି ଫର୍ମ ଏବଂ ଫିଟନେସ ବଜାୟ ରଖିବେ ତେବେ କୌଣସି ଅସୁବିଧା ରହିବ ନାହିଁ ।

ଆଇପିଏଲରେ ଗୁଜରାଟ ଟାଇଟାନ୍ସ ଏବଂ ନିକଟରେ ସମ୍ପନ୍ନ ହୋଇଥିବା ଜିମ୍ବାୱେ ବିପକ୍ଷ ସିରିଜରେ ଗିଲଙ୍କ ଅଧିନାୟକ ଦକ୍ଷତା ପ୍ରଭାବିତ କରିଛି । ରୋହିତ ଶର୍ମା ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ଦଳର ନେତୃତ୍ୱ ନେବେ । ଅଧିନାୟକ ଭାବେ ଏହା ତାଙ୍କର ଶେଷ ବଡ ଟୁଣ୍ଣାମେଂଟ ହେବ ବୋଲି ବିବେଚନା କରାଯାଉଛି ।

୨୦୨୭ରେ ଦିନିକିଆ ବିଶ୍ୱକପ ଖେଳାଯିବ । ସେତେବେଳକୁ ରୋହିତଙ୍କୁ ୪୦ ବର୍ଷ ବୟସ ହୋଇ ଯାଇଥିବ । ଚାମ୍ପିୟନ୍ସ ଟ୍ରଫି ପରେ ରୋହିତଙ୍କୁ ଉପସ୍ଥିତିରେ ନୂତନ ଅଧିନାୟକ ଚୟନ କରାଯିବ । ଫଳରେ ଦିନିକିଆ ବିଶ୍ୱକପ ପ୍ରସ୍ତୁତି ପାଇଁ ହାତରେ ଆଉ ୨ ବର୍ଷ ସମୟ ଥିବ । ଗିଲଙ୍କୁ ଏବେ ୨୪ ବର୍ଷ କ୍ରମାଗତ ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ସେ ଆହୁରି ପରିପକ୍ୱ ହୋଇ ଯାଇଥିବେ ।

Comments are closed.