ପୁରୀ: ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ତୁମ୍ବି ତୁଫାନ ହେଇଥିବା ବେଳେ, ଏହି ସମୟରେ ସହରରେ ଲାଗିଥିବା କ୍ୟାମେରାକୁ ନେଇ ବଡ଼ ଚର୍ଚ୍ଚା ଥିଲା । ସୁରକ୍ଷା ଦୃଷ୍ଟିକୁ ନେଇ ୨୭୫ଟି AI କ୍ୟାମେରା ଲାଗିଥିଲା ବୋଲି ହେଇଥିଲା ଘୋଷଣା । ସେଥିପାଇଁ ପ୍ରଶ୍ନ ଉଠିଥିଲା ଯେ ଏତେ ସଂଖ୍ୟାରେ କ୍ୟାମେରା ଲାଗି ମଧ୍ୟ ମନ୍ଦିରକୁ ଅଳିଆ ଗଦା ଉପରେ ଚଢି ପ୍ରବେଶ ଘଟଣା ହଉ କି ଗୁଣ୍ଡିଚା ମନ୍ଦିର ସମୁଖରେ ଦଳା ଚକଟାରେ ମୃତ୍ୟୁ ହଉ । କିନ୍ତୁ RTI ତଥ୍ୟ ଏହାର ପର୍ଦାଫାଶ କରିଛି ।

ଏଥିରେ ସ୍ପଷ୍ଟର ସହ ଲେଖା ହେଇଛିଯେ କୌଣସି କ୍ୟାମେରା ଲାଗିନି ବା ତଥ୍ୟ ନାହିଁ । ଆମେ ଏହାର ଅନୁସନ୍ଧାନ କଲା ପରେ ଜାଣିବାକୁ ପାଇଲୁ ଯେ ଟେଣ୍ଡର ହେଇଥିଲା, ପୂର୍ବ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏସବୁ ହେଇଥିଲା, କଣ୍ଟ୍ରୋଲ ରୁମ୍ ହେଇଛି, କ୍ୟାମେରା ବି ଲାଗିଛି କିନ୍ତୁ ଏମିତି ତଥ୍ୟ ଆସିଲା କାହିଁକି, ତିନି କୋଟି ଟଙ୍କାର କ୍ୟାମେରା ଗଲା କୁଆଡେ?

ପୁରୀରେ ସବୁଆଡେ ଅପରାଧର ବାତ୍ତାବରଣ କ୍ୟାମେରା ତ ନାହିଁ ଅପରାଧୀ ଧରା କେମିତି ପଡିବ ଯେ… ଏହାର ତଥ୍ୟ କୋଉଠି ମିଳିବ ଜଣା ପଡୁନି । ଏଥିରେ ବଡ଼ ଘୋଟଲା ହେବାର ସମ୍ଭାବନା ଅଛି । ଭିଜିଲାନ୍ସ ତଦନ୍ତ ହିଁ ଏକମାତ୍ର ବାଟ ତେଣୁ ଏହି RTI ତଥ୍ୟ ଆଧାରରେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛି ଆମ ଆଦମୀ ପାର୍ଟି ।

Comments are closed.