ନୂଆଦିଲ୍ଲୀ: ଭାରତରେ ଏହା ବୋଧେ ସାଧାରଣ । ଭାରତୀୟମାନଙ୍କ ପ୍ରାୟ ବିନା ଟିକଟରେ ଯାତ୍ରା କରିବା, ଲାଞ୍ଚ ଦେବା, ବିଦ୍ୟୁତ୍ ବିଲ୍ କମାଇବା ପାଇଁ ମିଟରରେ ହେରଫେର କରିବା, ଆଉ ଯେଉଁଠି ପାଇବା ସେଠି ଅଳିଆ ପକାଇବା ଭଳି କାମ ବୋଧେ ନିତିଦିନିଆ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ଆପଣ କେତେ ଦୂର ଠିକ୍ କରୁଛନ୍ତି ? ବିଦ୍ୟୁତ ମିଟର ସହିତ ହେରଫେର କରିବା, ବିନା ଟିକେଟରେ ଯାତ୍ରା କରିବା କିମ୍ବା ସରକାରୀ ଅଧିକାରୀଙ୍କୁ କାମ କରାଇବା ପାଇଁ ଲାଞ୍ଚ ଦେବା କ’ଣ ଠିକ୍ କି? ସାମ୍ନାକୁ ଆସୁଥିବା ସର୍ଭେ ଆପଣଙ୍କୁ ଏକ ରିପୋର୍ଟ ଆପଣଙ୍କୁ ଚମକାଇ ଦେବ ।
ରିପେର୍ଟ କହୁଛି, ପୂର୍ବରୁ, ୨୦୧୯-୨୦୨୦ରେ ୧.୧୦ କୋଟି ଲୋକ ବିନା ଟିକେଟ୍ କିମ୍ବା ଭୁଲ ଟିକେଟ୍ ସହିତ ଯାତ୍ରା କରୁଥିବା ଧରାପଡ଼ିଥିଲେ, ୨୦୨୧-୨୨ରେ ଏହି ସଂଖ୍ୟା ୨.୭ କୋଟି ଏବଂ ୨୦୨୨-୨୩ରେ ୩.୬ କୋଟିକୁ ବୃଦ୍ଧି ପାଇଥିଲା । ୨୦୨୦-୨୧ ବର୍ଷରେ, କୋଭିଡ୍-୧୯ ମହାମାରୀ କାରଣରୁ ଏହାର ସଂଖ୍ୟା କମି ୩୨.୫୬ ଲକ୍ଷ ଥିଲା । ଆଉ ପାଖାପାଖି ୬୨ ପ୍ରତିଶତ ଲୋକେ ନିଜର କାମ କରାଇବା ପାଇଁ ସରକାରୀ କି ବେସରକାରୀ ସ୍ତରରେ ଲାଞ୍ଚ ଦେବାକୁ ଠିକ୍ ବୋଲି ଭାବନ୍ତି ।
ଏଥିସହିତ ଅଧ୍ୟୟନରୁ ଜଣାପଡିଛି ଯେ, ପରିବେଶରେ ସୃଷ୍ଟି ହେଉଥିବା ଅଳିଆ, ଏକ ବଡ କାରଣ ହେଉଛି, ଏହା ଜାଣିଶୁଣି କରାଯାଇଥାଏ । ଲୋକମାନେ ପ୍ରାୟତଃ ଆଳସ୍ୟ, ଅସାବଧାନତା କିମ୍ବା ଉପଯୁକ୍ତ ନିଷ୍କାସନ ପଦ୍ଧତିର ଅଭାବ ଦ୍ୱାରା ସେମାନେ ଏଣେତେଣେ ଅଳିଆକୁ କେୟାରଲେସ ଭାବେ ଫୋପାଡି ଦିଅନ୍ତି ।
ତେବେ ଏହାକୁ ନେଇ ବର୍ତ୍ତମାନ ଇଣ୍ଡିଆ ଟୁଡେ ଏକ ସର୍ଭେ କରିଛି । ଇଣ୍ଡିଆ ଟୁଡେର, ଗ୍ରସ୍ ଡୋମେଷ୍ଟିକ୍ ବିଏଭିୟର, ଜିଡିବି ସର୍ଭେରେ ଏନେଇ ଲୋକଙ୍କ ମତାମତ ନିଆଯାଇଛି । ଏହି ଜିଡିବି ସର୍ଭେ, ସାମାଜିକ ଦାୟିତ୍ୱ ଏବଂ ନାଗରିକ ମାନଦଣ୍ଡ ପାଳନ କ୍ଷେତ୍ରରେ ରାଜ୍ୟଗୁଡ଼ିକ କେଉଁଠାରେ ନିଜର ସ୍ଥାନ ରଖିଛନ୍ତି, ସେନେଇ ସର୍ଭେ କରିଛି । କ’ଣ ଠିକ୍ ଏବଂ କ’ଣ ଭୁଲ ସେ ବିଷୟରେ ଲୋକଙ୍କ ଧାରଣା ନେବା ପାଇଁ ୨୧ ରାଜ୍ୟରେ ସର୍ଭେ କରିଥିଲା ଇର୍ଡିଆ ଟୁଡେ, ଯେଉଁଥିରେ ପ୍ରାୟ ୯ ହଜାରରୁ ଅଧିକ ଲୋକେ ଏଥିରେ ଅଂଶଗ୍ରହଣ କରିଥିଲେ ।
ଆଉ ଆପଣ ଶୁଣି ଆଶର୍ଯ୍ୟ ହେବେ, ଜିଡିବି ସର୍ଭେ ଅନୁଯାୟୀ, ୮୫ ପ୍ରତିଶତ ଉତ୍ତରଦାତା ଟିକେଟ୍ ବିନା ଯାତ୍ରାକୁ ନାପସନ୍ଦ କରିଛନ୍ତି । ଏଥିସହିତ ୮୭ ପ୍ରତିଶତ ଉତ୍ତର ଦାତା ବିଦ୍ୟୁତ୍ ମିଟର ସହିତ ହେରଫେର କରି, ବିଦ୍ୟୁତ୍ ଚୋରି କରିବା ଭୁଲ ବୋଲି ଦର୍ଶାଇଥିଲେ । ଆଉ ୬୧ ପ୍ରତିଶତ ଲୋକେ ଲାଞ୍ଚ ଦେବାରେ କିଛି ଭୁଲ୍ ନାହିଁ ବୋଲି ମତ ରଖନ୍ତି ।
ଏହି ସର୍ଭେରେ ସବୁଠୁ ରୋଚକ କଥା ହେଉଛି, ଆପଣ ଯେତେବେଳେ କୌଣସି ଲୋକକୁ ଏଭଳି କାର୍ଯ୍ୟକଳାପ ନେଇ ପ୍ରଶ୍ନ କରିବେ, ସେଥିରେ ୮୦ ରୁ ୯୦ ପ୍ରତିଶତ ଉତ୍ତର ଏହାର ବିପକ୍ଷରେ ଆସିବ । ଅର୍ଥାତ୍ ସେମାନେ ଏଭଳି କାର୍ଯ୍ୟକୁ ଘୃଣା କରନ୍ତି ବୋଲି ପ୍ରକାଶ କରନ୍ତି । ହେଲେ ତଥାପି ସେହିମାନେ ହିଁ ନିୟମକୁ ଉଲ୍ଲଂଘନ କରୁଛନ୍ତି ।
ତେବେ କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ କମ୍ପୋଜିଟ୍ ସୂଚକାଙ୍କରେ ଚାର୍ଟରେ ଶୀର୍ଷରେ ଥିବା ବେଳେ, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଗୁଜରାଟ ତଳେ ରହିଛନ୍ତି । ସେହିପରି, ନାଗରିକ ଆଚରଣ ଉପରେ ପ୍ରତିକ୍ରିୟା ପାଇଁ ତାଲିକାଭୁକ୍ତ ହେବା ସମୟରେ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଶୀର୍ଷ ରାଜ୍ୟ ରହିଥିବା ବେଳେ ପଞ୍ଜାବ, ଗୁଜରାଟ ଏବଂ ଆସାମ ପଛରେ ରହିଛନ୍ତି ।
Comments are closed.