Latest Odisha News

BREAKING NEWS

ବୁମରାହଙ୍କୁ ମାଙ୍କଡ କହିଥିଲେ, ଏବେ ମାଗିଲେ କ୍ଷମା

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ରବିବାର ଇଂଲଣ୍ଡର ପୂର୍ବତନ କ୍ରିକେଟର ଈଶା ଗୁହାଙ୍କ ଟିପ୍ପଣୀ କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । ସେ ସ୍ପିଡଷ୍ଟାର ଯଶପ୍ରୀତ ବୁମରାହଙ୍କୁ ମାଙ୍କଡ କହିଥିଲେ । ଅବଶ୍ୟ ସେ ସିଧାସଳଖ ଏହା ନ କହି ମୋଷ୍ଟ ଭାଲ୍ୟୁବେଲ ପ୍ରାଇମେଟ କହିଥିଲେ । ପ୍ରାଇମେଟ ଶବ୍ଦର ଅନେକ ଅର୍ଥ ମଧ୍ୟରୁ ବନ୍ଦର ମଧ୍ୟ ଗୋଟିଏ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ସୋମବାର ଈଶା ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ରବିବାର ମୁଁ ବୁମରାହଙ୍କୁ ପ୍ରଶଂସା କରିଥିଲି । ଆପଣମାନେ ସମ୍ପୂର୍ଣ୍ଣ ଟ୍ରାନ୍ସସ୍କ୍ରିପ୍ଟ ଶୁଣିଲେ ଜାଣିପାରିବେ । ତଥାପି ଗୋଟିଏ ଶବ୍ଦ ଅନେକ ବ୍ୟଥୀତ କରିଛି । ମୁଁ ସେଥିପାଇଁ ପୂନର୍ବାର କ୍ଷମା ମାଗୁଛି ।

ଈଶା ୧୬ ବର୍ଷ ବୟସରେ ଇଂଲଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୮ଟି ଟେଷ୍ଟରେ ୨୯, ୮୩ ଦିନିକିଆରେ ୧୦୧ ଓ ଟି୨୦ କ୍ରିକେଟରେ ୧୮ ୱିକେଟ ନେଇଥିଲେ । ୨୦୦୮ ସିରିଜରେ ହରଭଜନ ସିଂ ଓ ଆଣ୍ଡ୍ର‌୍ୟୁ ସାଇମଣ୍ଡସଙ୍କ ମଙ୍କି ଗେଟ ବିବାଦ ଏବେ ବି ଭାରତୀୟ କ୍ରିକେଟପ୍ରେମୀଙ୍କ ମନରୁ ଯାଇ ନାହିଁ । ବୁମରାହଙ୍କୁ ମାଙ୍କଡ କହିବା ପରେ ଈଶାଙ୍କୁ ପ୍ରଶଂସକମାନେ ଟ୍ରୋଲ କରିଥିଲେ ।

Comments are closed.