୨୦୬୦ରେ ଧ୍ୱଂସ ହୋଇଯିବ କି ପୃଥିବୀ । ଏହା ଶୁଣିବାକୁ ଅବଶ୍ୟ ନିଶ୍ଚିତ ଭାବେ ଅଡୁଆ ଲାଗିପାରେ । ଏହାର ସତ୍ୟତ ସମ୍ପର୍କରେ କୌଣସି ସିଦ୍ଧାନ୍ତ ଉପନୀତ ହୋଇ ନାହିଁ । ତେବେ ବିଶ୍ୱର ମହାନ ବୈଜ୍ଞାନିକ ସାର ଆଇଜ୍ୟାକ ନିଉଟନ ଏହି ଭବିଷ୍ୟବାଣୀ କରିଥିବାରୁ ମନରେ କିଛି ମାତ୍ରାରେ ଶଙ୍କା ରହୁଛି । ନ୍ୟୁଟନ ବିଜ୍ଞାନର ଗତି ଓ ଗୁରୁତ୍ୱାକର୍ଷଣକୁ ଅନୁଧ୍ୟାନ କରି ଏହି ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ୨୦୬୦ରେ ପୃଥିବୀ ଧ୍ୱଂସ ହୋଇଯିବ । ଯଦି ଏହା ଦେଖିବା ତେବେ ଆମ ହାତରେ ଆଉ ବେଶୀ ଦିନ ନାହିଁ ।
ବର୍ତମାନର ବୈଜ୍ଞାନିକମାନେ ଅବଶ୍ୟ ଏହି ତର୍କକୁ ଖଣ୍ଡନ କରିଛନ୍ତି । ସେମାନେ ଏହି ଭବିଷ୍ୟବାଣୀକୁ ଗୁରୁତ୍ୱ ସହକାରେ ନେଇ ନାହାନ୍ତି । ନ୍ୟୁଟନ ଯେଉଁ ଗଣିତୀୟ ସୂତ୍ର ବ୍ୟବହାର କରି ଏହାକୁ ଆକଳନ କରିଥିଲେ ତାହା ସର୍ବଦା ଠିକ ହୋଇ ନ ଥାଏ । ସେ ବାଇବେଲ ଏବଂ ଅନ୍ୟ କେତେକ ଧାର୍ମିକ ଗ୍ରନ୍ଥର ଭବିଷ୍ୟବାଣୀକୁ ମଧ୍ୟ ଉଦାହରଣ ବାବଦକୁ ନେଇଥିଲେ ।
ତେବେ ବୈଜ୍ଞାନିକଙ୍କ ମତରେ ପୃଥିବୀ ଧ୍ୱଂସ ହେବାର ଅନେକ କାରଣ ରହିଛି । ଏହା ମଧ୍ୟରେ ସୂର୍ଯ୍ୟଙ୍କର ହାଇଡ୍ରୋଜେନ ଶେଷ ହୋଇଗଲେ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବ । ଏଥିଯୋଗୁ ସୂର୍ଯ୍ୟଙ୍କ ଆକାର ବୃଦ୍ଧି ପାଇବ ଏବଂ ଏହା ବୁଧ, ଶୁକ୍ର ଓ ପୃଥିବୀକୁ ଗ୍ରାସ କରିପାରେ ।
ସେହିପରି ବଡ ଏଷ୍ଟରେୟଡର ଧକ୍କା, ଗାମା ରେ ର ବିସ୍ଫୋରଣ, ପରମାଣୁ ଯୁଦ୍ଧ ଏବଂ ବ୍ଲାକ ହୋଲ ପ୍ରଭାବରେ ପୃଥିବୀ ଧ୍ୱଂସ ହେବା ଆଶଙ୍କା ରହିଛି । ତେବେ ପୃଥିବୀ ଆମର ଏବେ ସୁରକ୍ଷିତ ଅଛି । ବର୍ତମାନ ଯାଁଏ ଉପରୋକ୍ତ କୌଣସି ବିପଦ ଏହା ନିକଟରେ ପଂହଚି ନ ଥିବାରୁ ଏ ନେଇ ଚିନ୍ତା କରିବା କିମ୍ବା ଭୟଭୀତ ହେବା ଉଚିତ ନୁହେଁ ।
Comments are closed.