Latest Odisha News

ଯାଆଁଳା ଛୁଆଙ୍କୁ ଜନ୍ମ ଦେଲେ ଇଶା ଅମ୍ବାନୀ

ଭୁବନେଶ୍ୱର: ଅଜା ହେଲେ ଅମ୍ବାନୀ । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଅଜା ହୋଇଛନ୍ତି । ଶନିବାର ଇଶା ଅମ୍ବାନୀ ଯାଆଁଳା ଛୁଆଙ୍କୁ ଜନ୍ମ ଦେବା ପରେ ଅମ୍ବାନୀ ପରିବାର ସହ ପିରାମଲ ପରିବାରରେ ଖେଳି ଯାଇଛି ଖୁସିର ଲହରୀ । ଯାଆଁଳା ଛୁଆଙ୍କ ସହ ମାଆ ଇଶା ଅମ୍ବାନୀ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ଇଶା ଅମ୍ବାନୀ ଏକ ଝିଅ ସହ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଝିଅର ନାଁ ଆଦିୟା ରଖିଥିବା ବେଳେ ପୁଅର ନାଁ କ୍ରିଷ୍ଣା ରଖିଛନ୍ତି ପରିବାର ଲୋକ ।

୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ପିରାମଲ ଗ୍ରୁପର ଆନନ୍ଦଙ୍କୁ ବିବାହ କରିଥିଲେ ଇଶା । ଇଶାଙ୍କ ନଣନ୍ଦ ନନ୍ଦିନୀ ପିରାମଲ ଗ୍ରୁପର ସମ୍ପୂର୍ଣ୍ଣ କାରବାର ସମ୍ଭାଳନ୍ତି । କିଛି ମାସ ତଳେ ମୁକେଶ ଅମ୍ବାନୀ, ଇଶାଙ୍କ ହାତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରିଟେଲ୍ କାରବାରକୁ ସମର୍ପି ଥିଲେ ।

Leave A Reply

Your email address will not be published.