Latest Odisha News

ମିଳିଲା ଈଶାନ କିଶାନଙ୍କ ଖୋଜ ଖବର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନ ଏବେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପରେ ସେ ଭାରତୀୟ ଟିମ ସହିତ ଦକ୍ଷିଣ ଆଫ୍ରିକା ଯାଇଥିଲେ । ମାତ୍ର ହଠାତ ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ ଅଧାରୁ ପଳାଇ ଆସିଥିଲେ । ସେବେଠାରୁ ତାଙ୍କର ଖୋଜ ଖବର ମିଳୁ ନ ଥିଲା । ବିସିସିଆଇ ଟିମ ମ୍ୟାନେଜମେଂଟ ଆଗାମୀ ଯୋଜନା ସମ୍ପର୍କରେ ମଧ୍ୟ ଈଶାନଙ୍କୁ କିଛି ସୂଚନା ଦେଇ ନାହାନ୍ତି । ୬ ମାସ ପରେ ଏବେ ସେ ବରୋଦାରେ ଥିବା କିରଣ ମୋରେ ଏକାଡେମୀରେ ଅଭ୍ୟାସ କରୁଛନ୍ତି । ସେଠାରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟାଙ୍କ ସହ ରିଲାଏନ୍ସ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଛନ୍ତି । ହାର୍ଦ୍ଦିକ ଓ ଈଶାନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି ।

ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ସେମାନେ ଏଠାରେ ଅଭ୍ୟାସ କରୁଥିବା ଜଣାପଡିଛି । ଈଶାନ ବିସିସିଆଇକୁ ଓ ଟିମ ମ୍ୟାନେଜମେଂଟକୁ କୌଣସି ସୂଚନା ନ ଦେଇ ମନଇଚ୍ଛା ନିଷ୍ପତି ନେଉଥିବାରୁ ବୋର୍ଡ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ସେଂଟ୍ରାଲ କଂଟ୍ରାକ୍ଟରୁ ତାଙ୍କ ବାଦ ଦିଆଯିବା ନେଇ ମଧ୍ୟ ଆଲୋଚନା ହେଉଛି । ସେ ଏବେ କ୍ୟାଟେଗୋରୀ ସିରେ ଅଛନ୍ତି । ଈଶାନଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ବିପକ୍ଷ ୨ଟି ଟେଷ୍ଟରେ କେଏସ ଭାରତକୁ ସୁଯୋଗ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.