Latest Odisha News

BREAKING NEWS

୩୦୦ ଓ୍ବିକେଟ୍ କ୍ଲବ୍‌ରେ ଇଶାନ୍ତ ଶର୍ମା: ତୃତୀୟ ଭାରତୀୟ ଦୃତ ବୋଲର ଭାବେ ହାସଲ କଲେ ଏହି ରେକର୍ଡ

ଚେନ୍ନାଇ: ଭାରତୀୟ ଦୃତ ବୋଲର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ଓ୍ବିକେଟ୍‌ ନେବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିନେଇଛନ୍ତି । ଇଂଲଣ୍ଡର ଡେନ୍‌ ଲୋରିସ୍‌ଙ୍କ ଏଲବିଡବ୍ଲ୍ୟୁ କରିବା ପରେ ୩୨ ବର୍ଷୀୟ ଇଶାନ୍ତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ୩୦୦ ଓ୍ବିକେଟ୍‌ ପୁରା କରିଛନ୍ତି । 

ନିଜ କ୍ୟାରିୟରର ୯୮ତମ ମ୍ୟାଚ୍ ଖେଳୁଥିବା ଇଶାନ୍ତ ୩୦୦ ଓ୍ବିକେଟ୍ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ସହିତ ୩୦୦ ଟେଷ୍ଟ ଓ୍ବିକେଟ୍ ନେବାରେ ତୃତୀୟ ଭାରତୀୟ କ୍ରିକେଟର ହୋଇଯାଇଛନ୍ତି ଇଶାନ୍ତ । ଇଶାନ୍ତଙ୍କ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ୪୩୪ ଓ୍ବିକେଟ୍‌ ଏବଂ ଜାହିର ଖାନ୍ ୩୧୧ ଓ୍ବିକେଟ୍‌ ନେଇଛନ୍ତି ।

କେବଳ ସେତିକି ନୁହେଁ ୩ ଶହ ଓ୍ବିକେଟ୍‌ ନେବାରେ ଇଶାନ୍ତ ଶର୍ମା ଷଷ୍ଠ ବୋଲର ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ (୬୧୯ ଓ୍ବିକେଟ୍‌), କପିଳ ଦେବ (୪୩୪ ଓ୍ବିକେଟ୍), ହରଭଜନ ସିଂହ (୪୧୭ ଓ୍ବିକେଟ୍‌), ରବିଚନ୍ଦ୍ରନ ଅଶ୍ବିନ (୩୮୨ ଓ୍ବିକେଟ୍‌) ଏବଂ ଜାହିର ଖାନ୍‌ (୩୧୧ ଓ୍ବିକେଟ୍‌) ୩ଶହରୁ ଅଧିକ ଓ୍ବିକେଟ୍‌ ନେଇଛନ୍ତି

Leave A Reply

Your email address will not be published.