Latest Odisha News

BREAKING NEWS

କଲିକତା ଇସ୍କନ ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ନୁରସତ ଜାହାନ

କଲିକତା: ଜଣାଶୁଣା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ନବନିର୍ବାଚିତା ସାଂସଦ ନୁରସତ ଜାହାନ କଲିକତା ଇସ୍କନ ପକ୍ଷରୁ ଆୟୋଜିତ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି ।

ନିମନ୍ତ୍ରଣ ରକ୍ଷାକରି ଆସିଥବାରୁ ଈସ୍କନର ମୁଖପାତ୍ର ଶ୍ରୀ ରାଧାରମଣ ଦାସ ସାଂସଦଙ୍କୁ ଧନ୍ୟବାଦ ଜଣାଇବା ସହ ନୁସରତଙ୍କ ବିଚାରଧାରା ଇସ୍କନ ସହ ମେଳ ଖାଉଥିବା ହେତୁ ତାଙ୍କୁ ଅତିଥିରୂପେ ନିମନ୍ତ୍ରଣ କରାଯାଇଥିବା ସେ କହିଛନ୍ତି ।

ସୂଚନା ଅନୁସାରେ ନୁସରତ୍ ଜାହାନ କଲିକତାର ଜଣେ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି । ନିଜ ଶପଥ ଗ୍ରହଣ ଅବସରରେ ସଂସଦକୁ ସିନ୍ଦୁର ଓ ମଙ୍ଗଳସୁତ୍ର ପିନ୍ଧି ଆସି ଅନେକ ସମାଲୋଚନାର ଶିକାର ହୋଇଥିଲେ ଜାହାନ ।

ବିଗତ ୧୯୭୧ ମସିହାରୁ ଇସ୍କନ ପକ୍ଷରୁ ଆୟୋଜିତ ହୋଇଆସୁଛି ମହାପ୍ରଭୁଙ୍କର ଏହି ପବିତ୍ର ରଥଯାତ୍ରା । ଚଳିତଥରର ଏହି୪୮ତମ ରଥଯାତ୍ରାକୁ ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।

Leave A Reply

Your email address will not be published.