Latest Odisha News

BREAKING NEWS

ଇଶ୍କ ଭିସ୍କର ସିକ୍ୱେଲ ଖୁବ୍ ଶୀଘ୍ର !

ମୁମ୍ବାଇ: ଶାହୀଦ କାପୁରଙ୍କ ପଦାର୍ପଣ ଫିଲ୍ମ ଇଶ୍କ ଭିସ୍କର ସିକ୍ୱେଲ ପାଇଁ ପ୍ରଡ୍ୟୁସର ରମେଶ ତୌରାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ସ୍କ୍ରିପ୍ଟ ଉପରେ ସେ କାମ ଆରମ୍ଭ କରି ଦେଇଛନ୍ତି । ୨୦୦୩ରେ ରିଲିଜ ହୋଇଥିବା ଏହି ଫିଲ୍ମ ପରେ ଶାହୀଦ ଷ୍ଟାର ପାଲଟି ଯାଇଥିଲେ । ଶାହୀଦ ଏବଂ ଅମ୍ରିତ ରାଓ ଯୋଡି ଏହା ପରେ ବିବାହ, ୱାଃ ! ଲାଇଫ ହୋ ତୋ ୟେସି ଓ ଶିକାର ଫିଲ୍ମରେ ଏକତ୍ର ଅଭିନୟ କରିଥିଲେ ।

ଫିଲ୍ମର ଷ୍ଟାରକାଷ୍ଟ ଏବଂ ଅନ୍ୟ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ପିଙ୍କ ଭିଲ୍ଲାରେ ପ୍ରକାଶିତ ଖବର ଅନୁସାରେ ତୌରାନୀ ସମ୍ପୂର୍ଣ୍ଣ ନୂତନ ଶୈଳୀରେ ଏହି ଫିଲ୍ମକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି । ଶାହୀଦ ହୀରୋ ରହିବେ କି ନାହିଁ ସ୍ପଷ୍ଟ ହୋଇ ନାହିଁ ।

Comments are closed.