ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରାର ଆୟୋଜନ କରିଛି ଇସ୍କନ । ଉତ୍ତରାଖଣ୍ଡର ରିଷିକେଷରେ ଇସ୍କନ ଆୟୋଜନ କରିଛି ରଥଯାତ୍ରା । ଗତ ୭ ତାରିଖ ସକାଳେ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଷରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରିଷିକେଷ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର ଆୟୋଜନ କରାଯାଇଥିଲା । ମଧୁବନ ଆଶ୍ରମ ଠାରୁ ବାହାରି ତ୍ରିବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଲୱ ରୋଡ୍ ରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି ।
ଚଳିତମାସରେ ମଧୁବନ ଆଶ୍ରମ ରିଷିକେଷ ଦ୍ବାରା ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଚାରିଚକିଆ ଗାଡ଼ିରେ ନିଆଯାଉଥିବା ଦେଖିବାକୁ ମିଳିଛି ।
ଯେଉଁଥିରେ ହଜାର ହଜାର ସଂଖ୍ୟ ଲୋକେ ସାମିଲ ହୋଇଥିଲେ । ତେବେ ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଇସ୍କନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ ଓ ସେବାୟତ ।
ବିନା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନକୁ ପୂର୍ବରୁ ମଧ୍ୟ ବିରୋଧ କରାଯାଉଥିବା ବେଳେ ଏହାକୁ ଅଣଦେଖା କରି ଇସ୍କନ ରଥଯାତ୍ରା ପାଳନ କରିବାକୁ ବିଭିନ୍ନ ମହଲରେ ଘୋର ବିରୋଧ କରାଯାଇଛି ।
Comments are closed.