Latest Odisha News

BREAKING NEWS

ବାଂଲାଦେଶର ଇସ୍କନ ମନ୍ଦିରରେ ଭଙ୍ଗାରୁଜା, ଜାଳିଦେଲେ ମୂର୍ତ୍ତି

ଢାକା: ବାଂଲାଦେଶରେ ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ବିରୋଧରେ କ୍ରମାଗତ ଭାବେ ହିଂସା ବୃଦ୍ଧି ପାଉଛି। ଶୁକ୍ରବାର ଦିନ ଇସ୍କନର ଅନ୍ୟ ଏକ ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଭଗବାନଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀମାନେ।

ସୂଚନା ଅନୁଯାୟୀ, ଏହି ହିଂସା ନମହଟ ମନ୍ଦିରରେ ହୋଇଛି। ଏହି ଘଟଣାରେ କେହି ଆହତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ଏହାର ଏକ ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ ମନ୍ଦିରରେ ରଖାଯାଇଥିବା ଦେବାଦେବୀଙ୍କ ମୂର୍ତ୍ତି ଏବଂ ଅନ୍ୟାନ୍ୟ ଜିନିଷ ସମ୍ପୂର୍ଣ୍ଣ ଜାଳିଦିଆଯାଇଛି। ଏହି ମନ୍ଦିର ଢାକାର ତୁରୁଗ ପୋଲିସ ଷ୍ଟେସନ ଅଧୀନରେ ରହିଛି।

ସେ ଆହୁରି ମଧ୍ଯ କହିଛନ୍ତି, ବାଂଲାଦେଶରେ ଆଉ ଏକ ଇସ୍କନ ନମହଟ କେନ୍ଦ୍ର ଜଳିଯାଇଛି। ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଏବଂ ମନ୍ଦିର ଭିତରେ ଥିବା ଅନ୍ୟ ଜିନିଷ ସମ୍ପୂର୍ଣ୍ଣ ଜଳି ଯାଇଥିଲା।

 

 

Comments are closed.