Latest Odisha News

BREAKING NEWS

ISL Final: ବେଙ୍ଗାଲୁରୁ ବନାମ ମୋହନ ବାଗାନ, ଆଜି ଏଠାରେ ଦେଖନ୍ତୁ ଲାଇଭ୍ ଟେଲିକାଷ୍ଟ

କୋଲକାତା:ଭାରତୀୟ ଘରୋଇ ଫୁଟବଲ୍ରର ସର୍ବୋଚ୍ଚ ପ୍ରତିଯୋଗିତା ଆଇଏସଏଲ (ଇଣ୍ଡିଆନ୍ ସୁପର୍ ଲିଗ୍‌)ର ଫାଇନାଲ୍ ମ୍ୟାଚ୍‌ ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯିବ । ଏହି ଫାଇନାଲ ଟକ୍କରରେ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌(MBSG) କୁ ଭେଟିବ ବେଙ୍ଗାଲୁରୁ ଏଫ୍‌ସି (BFC) । ଉଭୟ ଦଳ ଏହି ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଏବଂ ଏବେ ଟ୍ରଫି ପାଇଁ ମୁହାଁମୁହିଁ ହେବେ।

ଏହି ରୋମାଞ୍ଚକର ମ୍ୟାଚ୍ ଶନିବାର ସନ୍ଧ୍ୟା ୭:୩୦ (IST) ରେ ଆରମ୍ଭ ହେବ। Star Sports 3, Star Sports 3 HD, Sports 18 ଏବଂ Sports 18 HDରେ ଲାଇଭ୍ ଟେଲିକାଷ୍ଟ ହେବ, JioHotstar ଆପ୍ ଏବଂ ୱେବସାଇଟରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ।

 

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଏହି ଦୁଇ ଟିମ୍ ଆଇଏସଏଲ୍‌ (ISL) ଫାଇନାଲରେ ପରସ୍ପରକୁ ଭେଟିଛନ୍ତି। ପୂର୍ବରୁ ସେମାନେ ୨୦୨୨-୨୩ ଫାଇନାଲରେ ପରସ୍ପରକୁ ଭେଟିଥିଲେ, ଯେଉଁଠାରେ ମୋହନ ବାଗାନ ବିଜୟୀ ହୋଇ ଟ୍ରଫି ଉଠାଇଥିଲା।

ବେଙ୍ଗାଲୁରୁ ଏଫସି ୨୦୧୮-୧୯ରେ ଆଇଏସଏଲ ଟାଇଟଲ ଜିତିଥିଲା ​​ଏବଂ ୨୦୧୭-୧୮ ଏବଂ ୨୦୨୨-୨୩ରେ ରନର୍ସଅପ୍ ହୋଇଥିଲା।

ମୋହନ ବାଗାନ ସୁପର୍ ଜାଏଣ୍ଟ୍‌ ୨୦୨୨-୨୩ରେ ଏପର୍ଯ୍ୟନ୍ତ ସେମାନଙ୍କର ଏକମାତ୍ର ଆଇଏସଏଲ ଟାଇଟଲ ଜିତିଛନ୍ତି । ​​କିନ୍ତୁ ୨୦୨୦-୨୧ ଏବଂ ୨୦୨୩-୨୪ରେ ଫାଇନାଲିଷ୍ଟ ଥିଲା, ଉଭୟ ଥର ମୁମ୍ବାଇ ସିଟି ଏଫସି ଠାରୁ ପରାସ୍ତ ହୋଇଛି ।

 

ଉଭୟ ଦଳର ଷ୍ଟାର ଖେଳାଳୀ

ସୁନୀଲ ଛେତ୍ରୀ (BFC): ୪୦ ବର୍ଷୀୟ ଅଭିଜ୍ଞ ଷ୍ଟ୍ରାଇକର ଏହି ସିଜନରେ ବେଙ୍ଗାଲୁରୁ ଏଫସି ପାଇଁ ୧୪ ଗୋଲ୍ କରଛନ୍ତି ।

ଜେମି ମ୍ୟାକଲାରେନ୍ (MBSG): ଅଷ୍ଟ୍ରେଲିଆ ଫରୱାର୍ଡ ଜେମି ମୋହନ ବାଗାନ ପାଇଁ ୧୧ ଗୋଲ୍ କରିଛନ୍ତି ।

ଗତବର୍ଷ ମୁମ୍ବାଇ ସିଟି ଠାରୁ ଫାଇନାଲ୍‌ରେ ହାରିଥିବା ମୋହନ ବାଗାନ ସୁପର୍ ଜାଏଣ୍ଟ୍‌ ଏଥର କିନ୍ତୁ ବିଜୟ ଲକ୍ଷ୍ୟରେ ରହିଛି। ସେହିପରି ୦୧୮-୧୯ରେ ବିଜେତା ହେବା ପରଠାରୁ ଆଉ କେବେ ଫାଇନାଲ୍ ଆସିପାରି ନଥିବା ବେଙ୍ଗାଲୁରୁ ଏଫ୍‌ସି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇବ ବୋଲି ବିଶ୍ବାସ ରଖିଛି।

 

Comments are closed.