ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲର ୭ମ ସଂସ୍କରଣ କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି । ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ଏଫସି ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଗୋଆର ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ ଖେଳାଯିବ । ଫୁଟବଲ ସ୍ପୋର୍ଟ୍ସ ଡେଭଲେପମେଂଟ ଲିମିଟେଡ ପ୍ରଥମ ୧୧ ରାଉଣ୍ଡ ଖେଳର କାର୍ଯ୍ୟସୂଚୀ ଘୋଷଣା କରିଛି । ଉଦଘାଟନୀ ମୁକାବିଲାରେ ଚାମ୍ପିୟନ ଏଟିକେ ମୋହନ ବାଗାନ ନଭେମ୍ବର ୨୦ରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ । କରୋନା ମହାମାରୀ ଯୋଗୁ ବନ୍ଦ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।
ଓଡିଶା ଏଫସି କାର୍ଯ୍ୟସୂଚୀ: ନଭେମ୍ବର ୨୩ରେ ହାଇଦ୍ରାବାଦ ଏଫସି ବିପକ୍ଷରେ ଅଭିଯାନ ଆରମ୍ଭ କରିବା ପରେ ୨୯ରେ ଜାମସେଦପୁରକୁ ଓ ଡିସେମ୍ବର ୩ରେ ଏଟିକେ ମୋହନବାଗାନକୁ ଭେଟିବ । ସେହିପରି ୬ରେ ମୁମ୍ବାଇ ସିଟି ଏଫସି, ୧୨ରେ ଏଫସି ଗୋଆ, ୧୭ରେ ବେଙ୍ଗାଲୁର ଏଫସି, ୨୨ରେ ନର୍ଥଇଷ୍ଟ ୟୁନାଇଟେଡ ଏଫସିକୁ ଭେଟିବ । ଜାନୁୟାରୀ ୩ରେ ଇଷ୍ଟବେଙ୍ଗଲ, ୭ରେକେରଳ ବ୍ଲାଷ୍ଟର୍ସ ଓ ୧୦ରେ ଚେନ୍ନାୟିନି ଏଫସିକୁ ଭେଟିବ । ଜାମସେଦପୁର,ମୁମ୍ବାଇ, ଇଷ୍ଟବେଙ୍ଗଲ ଓ ଚେନ୍ନାୟିନି ଏଫସି ମ୍ୟାଚ ସନ୍ଧ୍ୟା ୫ଟାରେ ଏବଂ ଅନ୍ୟ ମ୍ୟାଚଗୁଡିକ ୭ଟା୩୦ରୁ ଆରମ୍ଭ ହେବ ।
BREAKING NEWS
- ବିଜେଡିର କଳା ପୋଷାକ ପିନ୍ଧି ପ୍ରତିବାଦକୁ ନିନ୍ଦା କଲା ବିଜେପି
- ମାଆ କାଳରାତ୍ରୀଙ୍କ ନିକଟରେ ଦେଶର ସୁଖ ସମୃଦ୍ଧି କାମନା କଲେ ପିଏମ ମୋଦି
- Odisha Assembly Ruckus : ବିରୋଧୀଙ୍କ ବିକ୍ଷୋଭ, ଅଚଳ ଗୃହ; SCB ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ଥମୁନି ତାତି
- ଏପ୍ରିଲ୍ ୨ରୁ ଯୁକ୍ତ ଦୁଇ ଖାତା ଦେଖା, ମେ’ ରେ Result
- ରାଜସ୍ଥାନ ବିକ୍ରୀ ହେଲା ୱାର୍ଣ୍ଣେଙ୍କ ପରିବାର ପାଇବେ ୪୫୦ କୋଟି ଟଙ୍କା !
- ମଧ୍ୟସ୍ଥିମୁକ୍ତ ବଜାର ଦିଗରେ ଓରମାସ-ଭାରତ ମସଲାର ମିଳିତ ଉଦ୍ୟମ
- ଏପ୍ରିଲ ୬ରୁ ସକାଳୁଆ ଅଦାଲତ
- ଏୟାର ଇଣ୍ଡିଆ-ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଜି ପଶ୍ଚିମ ଏସିଆ ଅଂଚଳରୁ ୨୬ ଉଡାଣ କରିବେ ସଂଚାଳିତ
- ସୁରଟରୁ ହଜାର ହଜାର ଓଡ଼ିଆ ଶ୍ରମିକ ଗଞ୍ଜାମ ଜିଲ୍ଲା ଫେରୁଛନ୍ତି
- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
Comments are closed.