Latest Odisha News

BREAKING NEWS

ଚତୁର୍ଥ ଡୋଜ୍‌ ଟିକା ନେବେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟର ବିସ୍ତାରକୁ ନେଇ ଚିନ୍ତା ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ-୧୯ ଟିକା ର ଚତୁର୍ଥ ଡୋଜ୍‌ ଦେବାପାଇଁ ଇସ୍ରାଏଲ୍ ଘୋଷଣା କରିଛି। ପ୍ରଥମ ଦେଶ ଭାବରେ ଇସ୍ରାଏଲ୍‌ ଏହା ଘୋଷଣା କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍ ଚତୁର୍ଥ ସଟ୍‌କୁ ସୁପାରିଶ କରିଛି। ପ୍ରଧାନମନ୍ତ୍ରୀ ଏହି ସୁପାରିଶ୍‌କୁ ସ୍ୱାଗତ କରିବା ସହ ଏହାଦ୍ବାରା ବିଶ୍ବ୍ୟବ୍ୟାପୀ ବ୍ୟାପିଥିବା ଓମିକ୍ରନ୍ ତରଙ୍ଗକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି।

ଯଦିଓ ଏହି ନିଷ୍ପତ୍ତି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଇସ୍ରାଏଲ୍ ଲୋକଙ୍କୁ ଯଥାଶୀଘ୍ର ଏହାର ଡୋଜ୍‌ ନେବାକୁ ଅନୁରୋଧ କରି କହିଛନ୍ତି ଯେ ସମୟ ନଷ୍ଟ କରନ୍ତୁ ନାହିଁ, ଟିକାକରଣ କରନ୍ତୁ।

Comments are closed.