Latest Odisha News

BREAKING NEWS

ଇରାନ ଭିତରେ ପ୍ରବେଶ କରି ଡ୍ରୋନ ଫ୍ୟାକ୍ଟ୍ରି ଉଡାଇଲା ଇସ୍ରାଏଲର କିଲର ଡ୍ରୋନ

ତେହେରାନ: ଇସ୍ରାଏଲର ବାୟୁସେନା ଇରାନ ସୀମା ଭିତରେ ପ୍ରବେଶ କରି ଏକ ବଡ ଡ୍ରୋନ ଫ୍ୟାକ୍ଟ୍ରି ଉଡେଇ ଦେଇଛନ୍ତି । ଏଥିପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ କିଲର ଡ୍ରୋନକୁ ମିଶନରେ ପଠା ଯାଇଥିଲା । ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଆଇଏ ମୂଖ୍ୟଙ୍କ ଗସ୍ତ ପରେ ପରେ ଇସ୍ରାଏଲ ଏହି ଆକ୍ରମଣ କରିଛି । ଏହି ଆକ୍ରମଣ ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରଭାବିକ କରିବ ବୋଲି ଆଶଙ୍କା କରାଯାଉଛି । ଇରାନରୁ ରୁଷ ହଜାର ସଂଖ୍ୟାର ଡ୍ରୋନ ଅର୍ଡର ଦେଇଥିଲା । ଯାହାକି ୟୁକ୍ରେନ ବିପକ୍ଷରେ ବ୍ୟବହାର କରାଯାଇଥାନ୍ତା । ଇସ୍ରାଏଲ ସିଧାସଳଖ ରୁଷକୁ ବିରୋଧ ନ କରି ଏହି କୂଟନୀତି ଆପଣାଇଛି ।

ଅପରପକ୍ଷରେ ଇରାନ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ଆକ୍ରମଣରେ ବିଶେଷ କିଛି କ୍ଷତି ହୋଇ ନାହିଁ । କେବଳ ଫ୍ୟାକ୍ଟ୍ରିର ଛାତ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ସୂଚନାଯୋଗ୍ୟ ଇରାନ ଓ ଇସ୍ରାଏଲ ମଧ୍ୟରେ ଦୀର୍ଘ ଦିନ ଧରି ଛାୟା ଯୁଦ୍ଧ ଲାଗି ରହିଛି । ରୁଷକୁ ଇରାନ ସମର୍ଥନ କରିବାରୁ ଇସ୍ରାଏଲ ଏହି ପଦକ୍ଷେପ ଗ୍ରହଣ କରିଛି ।

Leave A Reply

Your email address will not be published.